ଓଡିଶା

odisha

ETV Bharat / state

ପାତାଳୀ ଶ୍ରୀକ୍ଷେତ୍ରଙ୍କ ବାହୁଡା ଯାତ୍ରା ସମ୍ପନ୍ନ

ଦୀର୍ଘ ନଅ ଦିନ ମାଉସୀମା ଘରେ ରହିବା ପରେ ବୌଦ୍ଧର ପାତାଳୀ ଶ୍ରୀକ୍ଷେତ୍ର ନିଜ ଆସ୍ଥାନକୁ ଫେରିଛନ୍ତି ।

By

Published : Jul 13, 2019, 8:47 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ବୌଦ୍ଧର ପାତାଳୀ ଶ୍ରୀକ୍ଷେତ୍ରଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶନିବାର ନାଏକପଡା ଠାରେ ମହାବାହୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି । ଦୀର୍ଘ ନଅ ଦିନ ଧରି ମହାପ୍ରଭୁ ମାଉସୀ ଘରର ପୋଡପିଠା ଖାଇ ନିଜ ଆସ୍ଥାନକୁ ଫେରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସେବକମାନେ ଅତ୍ୟନ୍ତ ଆନନ୍ଦ ସହକାରେ ବିଗ୍ରହଙ୍କୁ ପହଣ୍ଡି କରି ରଥାରୂଢ କରିବା ପରେ ସନ୍ଧ୍ୟାରେ ରଥଟଣା କାର୍ଯ୍ୟ ସମାପନ ହୋଇଥିଲା । ତେବେ ମହାପ୍ରଭୁଙ୍କ ଏହି ବାହୁଡା ଯାତ୍ରା ଦେଖିବାକୁ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details