ଓଡିଶା

odisha

By

Published : Oct 25, 2021, 6:24 AM IST

ETV Bharat / state

ବୌଦ୍ଧର ଐତିହ୍ୟପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ଫେରିଲା ବିଧାନସଭା ସଦାଚାର କମିଟି

ଦୁଇ ଦିନିଆ ଜିଲ୍ଲା ଗସ୍ତରେ ଥିବା ସଦାଚାର କମିଟି ଜିଲ୍ଲାର ଐତିହ୍ୟପୂର୍ଣ୍ଣ ସ୍ଥାନ ପରିଦର୍ଶନ ପରେ ଫେରିଛନ୍ତି । ଏହି ସବୁ ଐତିହ୍ୟ ସମ୍ପନ୍ନ ସ୍ଥାନର ବିକାଶ ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିବା ନେଇ ସୂଚନା । ଅଧିକ ପଢନ୍ତୁ...

ବୌଦ୍ଧ ଜିଲ୍ଲାର ଐତିହ୍ୟପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ଫେରିଲା ବିଧାନସଭା ସଦାଚାର କମିଟି
ବୌଦ୍ଧ ଜିଲ୍ଲାର ଐତିହ୍ୟପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ଫେରିଲା ବିଧାନସଭା ସଦାଚାର କମିଟି

ବୌଦ୍ଧ:ଦୁଇ ଦିନିଆ ଜିଲ୍ଲା ଗସ୍ତ ସାରି ଫେରିଛନ୍ତି ବିଧାନସଭା ସଦାଚାର କମିଟିର ସଦସ୍ୟ । ଜିଲ୍ଲାର ଐତିହ୍ୟପୂର୍ଣ୍ଣ ସ୍ଥାନ ବୁଲି ଦେଖିବା ସହିତ ଉଭୟ ପ୍ରଶାସନିକ କର୍ମଚାରୀ ଓ ଜନ ପ୍ରତିନିଧିଙ୍କ ମଧ୍ୟରେ ସୁସମ୍ପର୍କ ଅଧିକ ତ୍ବରାନ୍ବିତ ପାଇଁ କମିଟି ପ୍ରସ୍ତାବ ଦେଇଥିଲେ ।

ବୌଦ୍ଧ ଜିଲ୍ଲାର ଐତିହ୍ୟପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ଫେରିଲା ବିଧାନସଭା ସଦାଚାର କମିଟି

ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ନେତୃତ୍ବରେ ୭ଜଣିଆ ବିଧାୟକ ସଦସ୍ୟ ଶନିବାର ଓ ରବିବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ଐତିହସ୍ଥଳୀ ପରିଦର୍ଶନ କରିଥିଲେ । କମିଟିର ସଦସ୍ୟମାନେ ବୌଦ୍ଧର ଜିଲ୍ଲା ସଂଗ୍ରହାଳୟ ସମେତ ରାମେଶ୍ବର ମନ୍ଦିର ସମୂହ, ବୁଦ୍ଧ ପ୍ରତିମା, ଶ୍ୟାମସୁନ୍ଦରପୁର ଓ ପରଗଳପୁରର ବୌଦ୍ଧ ଧର୍ମର ପ୍ରତ୍ନତାତ୍ତ୍ବିକ ଅବଶେଷ ତଥା ବିଶ୍ବ ପ୍ରସିଦ୍ଧ ଗନ୍ଧରାଡିର ହରିହର ମନ୍ଦିର ବୁଲି ଦେଖିବା ସହ ଏଭଳି ଐତିହ୍ୟସମ୍ପନ୍ନ ସ୍ଥାନକୁ ଦେଖି ବିମୋହିତ ହୋଇଥିଲେ ।

କମିଟି ପକ୍ଷରୁ ଜିଲ୍ଲା ସଂଗ୍ରହାଳୟର ଉନ୍ନତି ପାଇଁ ଶ୍ୟାମସୁନ୍ଦରପୁର ଓ ପରଗଳପୁରରେ ଥିବା ବୌଦ୍ଧ ଧର୍ମର ପ୍ରତ୍ନତାତ୍ତ୍ବିକ ଅବଶେଷର ପୁନରୁଦ୍ଧାର ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିବେ ବୋଲି ସୂଚନା ମିଳିଛି । ତେବେ ସଦାଚାର କମିଟିର ଏହି ଗସ୍ତ ବିଭିନ୍ନ ବିଭାଗର ପ୍ରଶାସନିକ କର୍ମଚାରୀ ଓ ଜନ ପ୍ରତିନିଧିଙ୍କ ମଧ୍ୟରେ ସୁସମ୍ପର୍କ ରଖି ଉନ୍ନୟନ କାର୍ଯ୍ୟର କିଭଳି ଅଧିକ କ୍ରିୟାଶୀଳ ହୋଇପାରିବ ସେନେଇ ବିଶେଷ ଭାବରେ ଗୁରୁତ୍ବାରୋପ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details