ବୌଦ୍ଧ: ସେତୁ ନିର୍ମାଣ ସରିଛି । କିନ୍ତୁ ଆପ୍ରୋଚ ରୋଡ ସମସ୍ୟା ଯୋଗୁଁ କାର୍ଯ୍ୟକ୍ଷମ ହୋଇପାରୁନି ସେତୁ । ମାସେ କିମ୍ବା ବର୍ଷେ ନୁହେଁ ବର୍ଷ ବର୍ଷ ଧରି ଏଭଳି ଘଟଣା ଅଞ୍ଚଳବାସୀଙ୍କୁ ଆନ୍ଦୋଳନ ପାଇଁ ବାଧ୍ୟ କରୁଛି ।
ସେତୁ ପାଇଁ ବାଧା ସାଜିଛି ଆପ୍ରୋଚ ରୋଡ ସମସ୍ୟା ସୂଚନା ମୁତାବକ, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବଲାଙ୍ଗୀର ଜିଲ୍ଲାର ତରଭାକୁ ସଂଯୋଗ ପାଇଁ ତେଲନଦୀ ଉପରେ 2012 ମସିହାରେ ଏକ ବହୁ ପ୍ରତିକ୍ଷୀତ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଅନେକ ଦିନ ହେଲା ସେତୁ ନିର୍ମାଣ କାର୍ଯ୍ୟ ସରି ସାରିଲାଣି । ହେଲେ ସେତୁର ଦୁଇ ପାର୍ଶ୍ଵରେ ଥିବା ଜମି ରାସ୍ତା ନିମନ୍ତେ ଅଧିଗ୍ରହଣ ମୁଖ୍ୟ ସମସ୍ୟା ହୋଇ ମୁଣ୍ଡ ଟେକିଥିଲା । ତେବେ ତରଭା ପଟରେ ଜମି ଅଧିଗ୍ରହଣ ସରିସାରିଥିବା ବେଳେ କଣ୍ଟାମାଳ ପଟରେ କେତେକ ଜମି ଅଧିଗ୍ରହଣ ହୋଇ ସାରିଛି ।
ସେତୁ ପାଇଁ ବାଧା ସାଜିଛି ଆପ୍ରୋଚ ରୋଡ ସମସ୍ୟା ତେବେ ଆହୁରି କିଛି ଜମି ଅଧିଗ୍ରହଣ ହୋଇନଥିବାରୁ ଆପ୍ରୋଚ ରୋଡ ହୋଇ ପାରିନାହିଁ । ଫଳରେ ସେତୁ ନିର୍ମାଣ ହୋଇ ମଧ୍ୟ ଉଭୟ ଜିଲ୍ଲାର ଲୋକଙ୍କ କାର୍ଯ୍ୟରେ ଲାଗି ପାରୁନାହିଁ ।
ସେତୁ ପାଇଁ ବାଧା ସାଜିଛି ଆପ୍ରୋଚ ରୋଡ ସମସ୍ୟା ଏହି ସେତୁ ଉପରେ ସିଧାସଳଖ ପାଞ୍ଚଟି ଜିଲ୍ଲାର ଲୋକ ନିର୍ଭରଶୀଳ ହେବେ ବୋଲି ଆଶା ରଖାଯାଉଥିବା ବେଳେ କେବେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତାଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଞ୍ଚଳବାସୀ ଆଉ ଏକ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ ଅର୍ଥରାଶି ପ୍ରଦାନ କରାନଯାଇ ଠିକାସଂସ୍ଥା ଓ ଆରଡି ବିଭାଗ ଜମି ହଡପ ପାଇଁ ମସୁଧା କରୁଥିବା ନେଇ ଅଭିଯୋଗ ହୋଇଛି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ