ଓଡିଶା

odisha

By

Published : Oct 20, 2019, 4:43 AM IST

ETV Bharat / state

ପୁଣି ଭିଜିଲାନ୍ସ ହାତରେ ସରକାରୀ ବାବୁ

ଭିଜିଲାନ୍ସ ହାବୁଡରେ ପଡି ପୁଣି ହଟହଟା ହୋଇଛନ୍ତି ଜଣେ ସରକାରୀ ବାବୁ । ସମ୍ପୃକ୍ତ ବାବୁ ଜଣଙ୍କ ହେଉଛନ୍ତି ଜିଲ୍ଲା ଟ୍ରେଜେରୀରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ନାରାୟଣ ମଲ୍ଲିକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଭିଜିଲାନ୍ସ ହାବୁଡରେ ପଡି ପୁଣି ହଟହଟା ହୋଇଛନ୍ତି ଜଣେ ସରକାରୀ ବାବୁ । ସମ୍ପୃକ୍ତ ବାବୁ ଜଣଙ୍କ ହେଉଛନ୍ତି ଜିଲ୍ଲା ଟ୍ରେଜେରୀରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ନାରାୟଣ ମଲ୍ଲିକ । ସେ ଜିଲ୍ଲାର ଜଣେ ବେଶ ଜଣାଶୁଣା ଲାଞ୍ଚୁଆ ଅଧିକାରୀ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଜଣେ ପ୍ରୋଗ୍ରାମ ଆସିଷ୍ଟାଣ୍ଡଙ୍କର ଛୁଟି ବିଲ ପାସ କରିବା ପାଇଁ 5 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡରେ ପଡିଥିଲେ ନାରାୟଣ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବର୍ତ୍ତମାନ ନାରାୟଣଙ୍କର ଫୁଲବାଣୀ ଓ ପୁରୁଣାକଟକସ୍ଥିତ ବାସଭବନରେ ମଧ୍ୟ ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍‌ର ଚଢାଉ ଜାରି ରହିଛି । ସୂଚନା ମୁତାବକ ଶନିବାର ଟାଉନହଲଠାରେ ଲୋକାୟୁକ୍ତ ଦୁର୍ନୀତିକୁ ନେଇ ସମସ୍ତ ସରକାରୀ କର୍ମଚାରୀଙ୍କୁ ସଚେତନ କରୁଥିବା ବେଳେ ଟ୍ରେଜେରୀର ଆକାଉଣ୍ଟାଣ୍ଟ ନାରାୟଣ 5 ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ପ୍ରକାଶ ଯେ, ମନମୁଣ୍ଡାର ବ୍ରଜ ବିହାରୀ ମେହେର ଗତ 2016 ମସିହା ନଭେମ୍ବରରେ ହରଭଙ୍ଗା ବ୍ଲକର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ପଦରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ଛୁଟି ବିଲ ବାବଦ 579813 ଟଙ୍କା ପାସ କରାଇବା ପାଇଁ ନାରାୟଣ 5ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଠିକ୍‌ ଏହି ସମୟରେ ଭିଜିଲାନ୍ସ ରେଡରେ ଧରା ପଡିଥିଲେ ନାରାୟଣ । ତେବେ ଏହି ଚଢାଉରେ ବୌଦ୍ଧ ଭିଜିଲାନ୍ସ ବିଭାଗର ଅଧିକାରୀ କ୍ରିଷ୍ଣା କୁମାରୀ ପ୍ରଧାନ, ସୁବୋଧ ମିଶ୍ର, ରାମଚନ୍ଦ୍ର ସାହୁ ଓ ଦିଲ୍ଲୀପ ପ୍ରଧାନ ପ୍ରମୁଖ ସାମିଲ ରହିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details