ଓଡିଶା

odisha

By

Published : Sep 30, 2020, 11:01 PM IST

ETV Bharat / state

ମଦ୍ୟପ ଆମ୍ବୁଲାନ୍ସ ଡ୍ରାଇଭରଙ୍କ କାରନାମାରେ ହତଚକିତ ବୌଦ୍ଧବାସୀ

ବୌଦ୍ଧ ଜିଲ୍ଲାରେ କୋରୋନା ସଂକ୍ରମଣରେ ରୋକ ଲାଗିପାରୁ ନଥିବାବେଳେ ବୌଦ୍ଧ ସ୍ବାସ୍ଥ୍ୟ ବିଭାଗର ଏକ ଅଭାବନୀୟ ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି । ଆମ୍ବୁଲାନ୍ସରେ ଜଣେ କୋରୋନା ସୁସ୍ଥ ବୃଦ୍ଧଙ୍କୁ ବସାଇ ଡ୍ରାଇଭର ଜଣକ ପ୍ରବଳ ମଦ୍ୟପାନ କରି ରାଜରାସ୍ତା ଉପରେ ନିଜର ହିତାହିତ ଜ୍ଞାନ ଭୁଲିଯାଇ ନାଟକ କରିବା ଆରମ୍ଭ କରିଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମଦ୍ୟପ ଆମ୍ବୁଲାନ୍ସ ଡ୍ରାଇଭରଙ୍କ କାରନାମାରେ ହତଚକିତ ବୌଦ୍ଧବାସୀ
ମଦ୍ୟପ ଆମ୍ବୁଲାନ୍ସ ଡ୍ରାଇଭରଙ୍କ କାରନାମାରେ ହତଚକିତ ବୌଦ୍ଧବାସୀ

ବୌଦ୍ଧ: ଜିଲ୍ଲାରେ କୋରୋନା ସଂକ୍ରମଣରେ ରୋକ ଲାଗିପାରୁ ନଥିବା ବେଳେ ବୁଧବାର ବୌଦ୍ଧ ସ୍ବାସ୍ଥ୍ୟ ବିଭାଗର ଏକ ଅଭାବନୀୟ ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି । ଆମ୍ବୁଲାନ୍ସରେ ଜଣେ କୋରୋନା ସୁସ୍ଥ ବୃଦ୍ଧଙ୍କୁ ବସାଇ ଡ୍ରାଇଭର ଜଣକ ପ୍ରବଳ ମଦ୍ୟପାନ କରି ରାଜରାସ୍ତା ଉପରେ ନିଜର ହିତାହିତ ଜ୍ଞାନ ଭୁଲିଯାଇ ନାଟକ କରିବା ଆରମ୍ଭ କରିଥିଲେ । ଯାହାକୁ ଦେଖି ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବୌଦ୍ଧ ଜିଲ୍ଲାରେ ଥମିବାର ନାଁ ଧରୁନି କୋରୋନା ସଂକ୍ରମଣ । ଆଜି 10 ଜଣ ନୂଆ ଆକ୍ରାନ୍ତଙ୍କ ସହିତ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୭୧ରେ ପହଞ୍ଚିଛି । ଜିଲ୍ଲାର ଉଭୟ ବୌଦ୍ଧ ବିଧାୟକ ଓ କଣ୍ଟାମାଳ ବିଧାୟକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏଥିସହିତ ଜିଲ୍ଲାର ଅନେକ ସରକାରୀ କର୍ମଚାରୀ ଓ ସାଧାରଣ ଲୋକ ଆକ୍ରାନ୍ତ ହେବା ସହ ସୁସ୍ଥ ମଧ୍ୟ ହେଉଛନ୍ତି । ଆଜି ଏଭଳି ଜଣେ ଆକ୍ରାନ୍ତ ସୁସ୍ଥ ହେବା ପରେ ବୌଦ୍ଧ କୋଭିଡ ହେଲଥ ସେଣ୍ଟରରୁ ପୁରୁଣାକଟକ ଅଞ୍ଚଳକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା ।

ମଦ୍ୟପ ଆମ୍ବୁଲାନ୍ସ ଡ୍ରାଇଭରଙ୍କ କାରନାମାରେ ହତଚକିତ ବୌଦ୍ଧବାସୀ

ତେବେ ଅଳ୍ପ କିଛି ମିଟର ଆମ୍ବୁଲାନ୍ସ ଆସିବା ପରେ ଆମ୍ବୁଲାନ୍ସ ଡ୍ରାଇଭର ଏଭଳି କାରନାମା କଲେ ଯେ ସାଧାରଣ ଲୋକଙ୍କ ମୁଣ୍ଡ ତଳକୁ ହୋଇଗଲା । ଡ୍ରାଇଭର ଜଣକ ରାଜନପାଲି ଛକରେ ଥିବା ମଦଭାଟିରୁ ପ୍ରବଳ ମାତ୍ରାରେ ମଦ୍ୟପାନ କରି ନିଜ ହିତାହିତ ଜ୍ଞାନ ଭୁଲି ଅତ୍ୟନ୍ତ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ । ପ୍ରାୟ ଚାରି ଘଣ୍ଟା ଧରି ଏଭଳି ଘଟଣା ଜାରି ରହିଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ନିକଟରେ କିନ୍ତୁ କିଛି ବି ଖୋଜ ଖବର ନଥିଲା ।

ସେପଟେ କୋରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଥିବା ବୃଦ୍ଧ ଜଣକ ଅତ୍ୟନ୍ତ ବିକଳ ହୋଇ ଆମ୍ବୁଲାନ୍ସ ମଧ୍ୟରେ ଅଟକି ରହିଥିଲେ । ଶେଷରେ ଜିଲ୍ଲା ପ୍ରଶାସନ ଖବର ପାଇ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇବା ସହ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ବୃଦ୍ଧଙ୍କୁ ପଠାଇଥିଲେ । ତେବେ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details