ଓଡିଶା

odisha

By

Published : Feb 26, 2021, 12:44 PM IST

ETV Bharat / state

ଶ୍ରମିକଙ୍କ ସହାୟତା ରାଶି ଓ ମୃତକଙ୍କ ପରିବାରଠୁ ଅର୍ଥ ହଡପ ଅଭିଯୋଗ

ଦୁର୍ନୀତିର ସୀମା ଲଙ୍ଘି ଶେଷରେ ନିର୍ମାଣ ଶ୍ରମିକଙ୍କ ସରକାରୀ ସହାୟତା ଅର୍ଥ ହଡପ କରିନେଲେ ପଞ୍ଚାୟତ କର୍ମଚାରୀ । ସେପଟେ ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ଚାକିରୀ କରାଇଦେବାକୁ କହି ଅର୍ଥ ହଡପ ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଶ୍ରମିକଙ୍କ ସହାୟତା ରାଶି ଓ ମୃତକଙ୍କ ପରିବାର ଠାରୁଅର୍ଥ ହଡପ ଅଭିଯୋଗ
ଶ୍ରମିକଙ୍କ ସହାୟତା ରାଶି ଓ ମୃତକଙ୍କ ପରିବାର ଠାରୁଅର୍ଥ ହଡପ ଅଭିଯୋଗ

ବୌଦ୍ଧ: ଦୁର୍ନୀତିର ସୀମା ଲଙ୍ଘି ଶେଷରେ ନିର୍ମାଣ ଶ୍ରମିକଙ୍କ ସରକାରୀ ସହାୟତା ଅର୍ଥ ହଡପ କରିନେଲେ ପଞ୍ଚାୟତ କର୍ମଚାରୀ । ସେପଟେ ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ଚାକିରୀ କରାଇଦେବାକୁ କହି ଅର୍ଥ ହଡପ ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି ।

ଶ୍ରମିକଙ୍କ ସହାୟତା ରାଶି ଓ ମୃତକଙ୍କ ପରିବାର ଠାରୁ ଅର୍ଥ ହଡପ ଅଭିଯୋଗ

ଦୁର୍ନୀତି ତାହା ପୁଣି ଶ୍ରମିକଙ୍କ ଅର୍ଥ ହଡପ ଦୁର୍ନୀତି । କୋରୋନା ସମୟରେ ପ୍ରଭାବିତ ହୋଇଥିବା ନିର୍ମାଣ ଶ୍ରମିକଙ୍କୁ ସରକାର ପନ୍ଦର ଶହ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ । ତେବେ ବୌଦ୍ଧ ଜିଲ୍ଲାର କେତେକ ପଞ୍ଚାୟତରେ ଏଭଳି ସହାୟତା ରାଶି ହଡପ ଭଳି ଘଟଣା ଏବେ ସମ୍ମୁଖକୁ ଆସିଛି । ବୌଦ୍ଧ ଜିଲ୍ଲାର ତଳଗାଁ ପଞ୍ଚାୟତ କଣ୍ଟିସର ଗ୍ରାମର ଜଣେ ବିଧବା ମହିଳା ଶ୍ରମିକଙ୍କ ସହାୟତା ରାଶି ପଞ୍ଚାୟତ କର୍ମଚାରୀ ହଡପ କରିଥିବା ସନ୍ଦେହ କରି ଏନେଇ ବୌଦ୍ଧ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି ।

ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ମଧ୍ୟ ଏହି ସହାୟତା ରାଶି ପ୍ରଦାନରେ ଦୁର୍ନୀତିର ଗନ୍ଧ ବାରିଛନ୍ତି । ସେପଟେ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକଙ୍କୁ ଚାକିରୀ କରାଇଦେବାକୁ କହି ଉଣେଇଶ ହଜାର ଟଙ୍କା ଠକି ନିଆଯାଇଥିବା ଅଭିଯୋଗ ହୋଇଛି । ଗୁଡଭେଲିପଦର ଗ୍ରାମର ଏହି ମହିଳା ଜଣଙ୍କ ଗୁରୁବାର ବୌଦ୍ଧ ଜିଲ୍ଲାପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ନ୍ୟାୟ ପ୍ରଦାନ ଦାବିରେ ଦୀର୍ଘ ସମୟ ଧରି ଧାରଣାରେ ବସି ରହିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details