ବୌଦ୍ଧ: ଜିଲ୍ଲାର ବ୍ଲକସ୍ତରୀୟ ସୋସିଆଲ ଅଡିଟରେ ଧରାପଡିଲା ଅନେକ ଅନିୟମିତତା । ଖାଦ୍ୟ ସୁରକ୍ଷା ଓ ମନରେଗା ଯୋଜନାରେ ମୃତ ବ୍ୟକ୍ତି ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାରେ ସରକାରୀ ଅର୍ଥ ଉଠାଣ ଭଳି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଥିବା ଜଣାପଡ଼ିଛି।
ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ସମସ୍ତ 69 ପଞ୍ଚାୟତ ରେ ମନରେଗା ଓ ଖାଦ୍ୟ ସୁରକ୍ଷା ଆଇନର କାର୍ଯ୍ୟ କାରୀତା ଉପରେ ସୋସିଆଲ ଅଡିଟ ହୋଇଥିଲା । ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏହାର ତଥ୍ୟ ସଂଗ୍ରହ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ଏହାର ସମୀକ୍ଷା କରିଥିଲା । ତେବେ ଉଭୟ ମନରେଗା ଓ ଖାଦ୍ୟ ସୁରକ୍ଷା ଆଇନରେ ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଅନିୟମିତତା କରାଯାଇ ସରକାରୀ ଅର୍ଥର ହରିଲୁଟ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ପଞ୍ଚାୟତରେ ମୃତ ବ୍ୟକ୍ତିଙ୍କ ନାଁରେ ରାସନ ସାମଗ୍ରୀ ଉଠାଣ ଠାରୁ ନେଇ ଭତ୍ତା ପର୍ଯ୍ୟନ୍ତ ହଡପ ହୋଇଥିବା ଅଭିଯୋଗ ହୋଇଛି ।