ବୌଦ୍ଧ: ଜଙ୍ଗଲ ବିଭାଗର ନ୍ୟାୟକୁ ଖୋଲାଖୋଲି ବିରୋଧ କରିଛନ୍ତି ସାଧାରଣ ଲୋକ । ବିଭାଗର ଅବିଚାରକୁ ଅନ୍ୟ ଦେଶର ନ୍ୟାୟ ସହିତ ତୁଳନା କରିଛନ୍ତି । ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଞ୍ଚଳର ମୋହନଜୀ ଲାଲ ନିଜ ପୈତୃକ ସ୍ଥାନରେ ଥିବା ଗଛ କାଟି ସରକାରୀ ନିୟମ ମୁତାବକ କାଗଜପତ୍ର ଥାଇ ଏକ ଫର୍ଣ୍ଣିଚର ୟୁନିଟ କରିଥିଲେ ।
କିନ୍ତୁ ଅଧିକାରୀଙ୍କୁ ଉପଯୁକ୍ତ ପାଉଣା ଦେଇନପାରିବାରୁ ଉକ୍ତ ୟୁନିଟ ଉପରେ ଚଢ଼ାଉ କରାଯାଇ ତିଆରି ହୋଇଥିବା ଖଟ ପଲଙ୍କ ଓ ଅନ୍ୟ ଫର୍ଣ୍ଣିଚର ସବୁ ସିଜ କରି ଜଙ୍ଗଲ ବିଭାଗ ନେଇଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ଦୀର୍ଘ ଦିନ ବିତିଗଲା ପରେ ସବୁ କାଗଜପତ୍ର ଥାଇ ତଥା ଅଦାଲତର ନିର୍ଦ୍ଦେଶ ଥିବା ସତ୍ତ୍ବେ ଜଙ୍ଗଲ ବିଭାଗ ଜଣେ ବ୍ୟବସାୟୀଙ୍କୁ ବର୍ଷ ପରେ ବର୍ଷ ହଇରାଣ କରୁଥିବା ଅଭିଯୋଗ ହୋଇଛି ।