ଓଡିଶା

odisha

ETV Bharat / state

ରବି ଧାନକ୍ରୟ ପାଇଁ ସମବାୟ ବିଭାଗର ସମସ୍ତ ପ୍ରସ୍ତୁତି ଚୂଡାନ୍ତ

ଆସନ୍ତା 19 ତାରିଖରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଆରମ୍ଭ ହେବ ରବି ଧାନକ୍ରୟ । ଏଥିପାଇଁ ସମବାୟ ବିଭାଗ ସମସ୍ତ ପ୍ରସ୍ତୁତି ଶୁକ୍ରବାର ଚୂଡାନ୍ତ କରିଛି । ଅଧିକ ପଢନ୍ତୁ...

By

Published : May 15, 2020, 10:25 PM IST

All preparations of the Cooperative Department for the purchase of Rabi rice are finalized
ରବି ଧାନକ୍ରୟ ପାଇଁ ସମବାୟ ବିଭାଗର ସମସ୍ତ ପ୍ରସ୍ତୁତି ଚୂଡାନ୍ତ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଆସନ୍ତା 19 ତାରିଖରୁ ରବି ଧାନକ୍ରୟ ଆରମ୍ଭ ହେବ । ଏନେଇ ସମବାୟ ବିଭାଗ ସମସ୍ତ ପୂର୍ବ ପ୍ରସ୍ତୁତି ଗୁରୁବାର ଚୂଡାନ୍ତ କରିଛି । ଜିଲ୍ଲାର ସମୁଦାୟ 42 ଗୋଟି ସମବାୟ ସମିତି ମଧ୍ୟରୁ 23ଟି ସମିତିର 25ଟି ସେଣ୍ଟରରୁ ଏହି ଧାନକ୍ରୟ କରାଯିବ ବୋଲି ଏଆରସିଏସ ସୂଚନା ଦେଇଛନ୍ତି ।

ରବି ଧାନକ୍ରୟ ପାଇଁ ସମବାୟ ବିଭାଗର ସମସ୍ତ ପ୍ରସ୍ତୁତି ଚୂଡାନ୍ତ
ରବି ଧାନକ୍ରୟ ପାଇଁ ସମବାୟ ବିଭାଗର ସମସ୍ତ ପ୍ରସ୍ତୁତି ଚୂଡାନ୍ତ

ସେପଟେ କିନ୍ତୁ, ମଣ୍ଡିରେ କାର୍ଯ୍ୟ କରୁଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କ ବ୍ୟାପକ ଦୁର୍ନୀତିରେ ବାରମ୍ବାର ଅଭିଯୋଗ ହୋଇଆସୁଛି । ଫଳରେ ପୂର୍ବରୁ ଖୁଣ୍ଟବନ୍ଧ ଓ ସିମିଳିପଦର ପ୍ୟାକ୍ସର ଡିଇଓଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଆଉ କିଛି ଡିଇଓଙ୍କ ବିରୁଦ୍ଧରେ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details