ଓଡିଶା

odisha

ETV Bharat / state

ଅବ୍ୟବସ୍ଥା ଘେରରେ ଅଇଳାଚୁଆଁ ଆଦର୍ଶ ବିଦ୍ୟାଳୟ

ଆଦର୍ଶ ବିଦ୍ୟାଳୟ ନିର୍ମାଣକୁ 3 ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ବି ଅବ୍ୟବସ୍ଥା ଘେରରେ ଶିକ୍ଷାନୁଷ୍ଠାନ। ଶିକ୍ଷକ ଅଭାବ ସାଙ୍ଗକୁ ଆନୁଷଙ୍ଗିକ ଅବ୍ୟବସ୍ଥା ବିଦ୍ୟାଳୟର ଉନ୍ନତିରେ ବାଧକ ସାଜିଛି। ଏଭଳି ସ୍ଥିତି ସେଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମନୋବଳକୁ ଭାଙ୍ଗି ଦେଇଛି।

By

Published : Mar 25, 2019, 5:36 AM IST

Updated : Mar 25, 2019, 9:17 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏହି କ୍ରମରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ଅଇଳାଚୁଆଁ ଠାରେ ଗତ 3 ବର୍ଷ ତଳେ ସ୍ଥାପନ ହୋଇଥିଲା ଆଦର୍ଶ ବିଦ୍ୟାଳୟ। କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ବିଦ୍ୟାଳୟ ସ୍ଥାପନ ହୋଇଥିଲା ତାହାକୁ ଦେଖିଲେ ଏହା ପଥଭ୍ରଷ୍ଟ ହୋଇଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବାର ପ୍ରାୟ 3 ବର୍ଷ ବିତିଯାଇଥିଲେ ସୁଦ୍ଧା ଶିକ୍ଷକ ଅଭାବ ସାଙ୍ଗକୁ ଆନୁଷଙ୍ଗିକ ଅବ୍ୟବସ୍ଥା ଶିକ୍ଷାନୁଷ୍ଠାନର ଉନ୍ନତିରେ ବାଧକ ସାଜିଛି। ଆଉ ବିଦ୍ୟାଳୟର ଏଭଳି ସ୍ଥିତି ସେଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମନୋବଳକୁ ଭାଙ୍ଗି ଦେଇଛି।

ଅପରପକ୍ଷେ ଆଦର୍ଶ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦୀର୍ଘଦିନରୁ ନିର୍ମାଣାଧୀନ ହଷ୍ଟେଲର ପୂର୍ଣ୍ଣାଙ୍ଗ ହୋଇପାରିନାହିଁ। ଫଳରେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାଲି ସେତିକି ନୁହେଁ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କମ କଣ୍ଟ୍ରାକଟ୍ରି କାମ ବେଶୀ ହେଉଥିବା ଦେଖିବାକୁ ମିଳିଛି।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Mar 25, 2019, 9:17 AM IST

ABOUT THE AUTHOR

...view details