ଓଡିଶା

odisha

By

Published : Sep 18, 2020, 10:05 AM IST

ETV Bharat / state

ବୌଦ୍ଧରେ ପୁଣି ଜଣେ କୋରୋନାରେ ଆଖି ବୁଜିଲେ

କୋରୋନା ସଂକ୍ରମଣରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ । ଛଅ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢିଚାଲିଛି ।

ବୌଦ୍ଧରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ବୌଦ୍ଧରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ବୌଦ୍ଧ: କୋରୋନା ସଂକ୍ରମଣରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ । ଜିଲ୍ଲାର ଛଅ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢିଚାଲିଛି ।

ବୌଦ୍ଧରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଜିଲ୍ଲାରେ ବଢ଼ିବାରେ ଲାଗିଛି କୋରୋନା ସଂକ୍ରମଣ । ଗୁରୁବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୯୪ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୮ରେ ପହଞ୍ଚିଲାଣି । ସେପଟେ ଗୁରୁବାର ଦିନ ପୁଣି ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ମଥୁରା ପଞ୍ଚାୟତର ବୋଲି ସୂଚନା ମିଳିଛି । ଜିଲ୍ଲାର 3ଜଣ ଆକ୍ରାନ୍ତଙ୍କ ଜିଲ୍ଲା ବାହାରେ ମୃତ୍ୟୁ ହୋଇଛି ଓ ଜିଲ୍ଲା କୋଭିଡ ହେଲଥ ସେଣ୍ଟରରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଭାବେ ଜିଲ୍ଲାର ଛଅ ଜଣ ଆକ୍ରାନ୍ତଙ୍କ କୋରୋନାରେ ମୃତ୍ୟୁ ହୋଇସାରିଲାଣି ।

କୋରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ପୁଣିଥରେ ସାପ୍ତାହିକ ସଟଡାଉନର ଆବଶ୍ୟକତା ରହିଥିବା ଦାବି ହେଲାଣି । ସେପଟେ ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା କରୋନା ମୃତକଙ୍କ ଦାହ ସଂସ୍କାର କରିବାକୁ ଆଗେଇ ଆସିଥିବାରୁ ବିଭିନ୍ନ ମହଲରୁ ଏହାକୁ ସ୍ବାଗତ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details