ବୌଦ୍ଧ: ଜିଲ୍ଲାର ବିଭିନ୍ନ ଶୈବପୀଠରେ ମହାଆନନ୍ଦ ଉଲ୍ଲାସର ସହ ସମାପନ ହେଲା ଦେବଦେବ ମହାଦେବଙ୍କ ପବିତ୍ର ଜାଗର ଯାତ୍ରା। ରାତ୍ରର ତୃତୀୟ ପ୍ରହରରେ ବିଭିନ୍ନ ଶୈବପୀଠରେ ଉଠିଲା ମହାଦୀପ। ଫଳରେ ନିଷ୍ଠା ଓ କାଷ୍ଠାର ସହିତ ବ୍ରତ ଧାରଣ ପୂର୍ବକ ଦୀପ ଜାଳି ଉଜାଗର ରହିଥିବା ଶ୍ରଦ୍ଧାଳୁ ପ୍ରଭୁ ଶିବଙ୍କୁ ଦର୍ଶନ କରିଛନ୍ତି।
ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ଶୈବପୀଠ ଗୁଡିକରେ ସନ୍ଧ୍ୟା ସମୟରୁ ପ୍ରବଳ ଭିଡ ଲାଗି ରହିଥିଲା। ପ୍ରତ୍ୟେକ ଶିବାଳୟରେ ଶ୍ରଦ୍ଧାଳୁ ମାନେ ଦୀପ ପ୍ରଜ୍ବଳନ କରି ଉଜାଗର ରହିଥିଲେ।