ଓଡିଶା

odisha

ETV Bharat / state

ବୌଦ୍ଧରେ ଅପହଞ୍ଚ ବିଜୁଳି , ଡିବିରି ଆଲୁଅରେ ବିତୁଛି ଜୀବନ

ସ୍ବାଧୀନତାର ୭୨ ବର୍ଷ ପରେ ବିଦ୍ୟୁତ ସେବାରୁ ବଞ୍ଚିତ ବୌଦ୍ଧବାସୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମରେ ବିଦ୍ୟୁତ ପହଞ୍ଚିଥିବାର ଡିଣ୍ଡିମ ପିଟୁଥିବା ବେଳେ ବୌଦ୍ଧ ଜିଲ୍ଲାର ଏଭଳି କିଛି ଗ୍ରାମ ଅଛି ଯେଉଁଠି କି ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ପହଞ୍ଚି ପାରିନାହିଁ ।

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

By

Published : May 29, 2019, 1:34 PM IST

ବୌଦ୍ଧ: ସ୍ବାଧୀନତାର ୭୨ ବର୍ଷ ପରେ ବିଦ୍ୟୁତ ସେବାରୁ ବଞ୍ଚିତ ଅନେକ ଗ୍ରାମ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମରେ ବିଦ୍ୟୁତ ପହଞ୍ଚିଥିବାର ଡିଣ୍ଡିମ ପିଟୁଥିବା ବେଳେ ବୌଦ୍ଧ ଜିଲ୍ଲାର ଏଭଳି କିଛି ଗ୍ରାମ ଅଛି ଯେଉଁଠି କି ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ପହଞ୍ଚି ପାରିନାହିଁ । ସନ୍ଧ୍ୟା ହେଲେ ବାହାରକୁ ବାହାରିବା ପାଇଁ ଭୟ କରୁଛନ୍ତି ଲୋକେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ତେବେ ଦୀର୍ଘ ଦିନ ଧରି ଅନ୍ଧାରରେ ଜୀବନ ବିତାଉଥିବା ଏହି ଲୋକଙ୍କ ଦୟନୀୟ ଅବସ୍ଥା ଆମ ବିଦ୍ୟୁତ ବ୍ୟବସ୍ଥା ପ୍ରତି ଉପହାସ ସଦୃଶ ହୋଇଛି । ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ଏପରି ଅନେକ ସ୍ଥାନ ରହିଛି ଯେଉଁଠି ଅନ୍ଧାରକୁ କାଟିବା ପାଇଁ ଡିବିରିର ସହାୟତା ନିଆଯାଏ । ଏହି ବ୍ଲକର ସାନ ଖଜୁରୀ,ବଡ ଖଜୁରୀ, ଝାରମୁଣ୍ଡା ଭଳି ଅନେକ ସ୍ଥାନକୁ ବିଜୁଳି ସେବା ପହଞ୍ଚି ପାରିନାହିଁ । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେବେ ପୁରୁଣା କଟକ ପଞ୍ଚାୟତ ଅନ୍ତର୍ଗତ ଯାଜପୁର ନିକଟସ୍ଥ ଝାରମୁଣ୍ଡାବାସୀ ହେଲେ ଆଦିବାସୀ ସମ୍ପ୍ରଦାୟର ଚକ୍ର ଜାନୀଙ୍କ ପରିବାର । ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି ତାଙ୍କୁ ଅନେକ ଥର ପ୍ରତିଶୃତି ଦିଆଯାଇଛି । ଏହାସହ କିଛି ବିଦ୍ୟୁତ ସାମଗ୍ରୀ ମଧ୍ୟ ତାଙ୍କ ଘରେ ପହଞ୍ଚାଇ ଦିଆଗଲା । କିନ୍ତୁ ଦୀର୍ଘଦିନ ବିତିଗଲା ପରେ ମଧ୍ୟ ବିଜୁଳି ଆଲୁଅ ଦେଖିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରି ନାହିଁ ।

ଏନେଇ ଇଟିଭି ଭାରତ ପକ୍ଷରୁ ବୌଦ୍ଧ ସାଉଥକୋର ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାକୁ ଗମ୍ଭୀରତା ସହ ନେଇ ବିହିତ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details