ଓଡିଶା

odisha

ETV Bharat / state

ସମ୍ପୂର୍ଣ୍ଣ ହୋଇପାରୁନି ଗେଟାମୁଣ୍ଡା ସେତୁ କାର୍ଯ୍ୟ, ହନ୍ତସନ୍ତ ଯାତ୍ରୀ

ଶେଷ ହେବାର ନାଁ ଧରୁନି ଗେଟାମୁଣ୍ଡା ସେତୁ କାର୍ଯ୍ୟ । ବନ୍ୟା ଯିବାକୁ 5 ବର୍ଷ ବିତିଯାଇଥିଲେ ମଧ୍ୟ ଅଧପନ୍ତରିଆ ହୋଇପଡିରହିଛି ଏହି ସେତୁର ନିର୍ମାଣ କାର୍ଯ୍ୟ ।

By

Published : Jul 16, 2019, 3:18 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ: ଅଧପନ୍ତରିଆ ହୋଇ ପଡିରହିଛି ଗେଟାମୁଣ୍ଡା ପୋଲ । ବନ୍ୟା ପାଣି ଯିବାର 5 ବର୍ଷ ବିତି ଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେବାର ନାଁ ଧରୁନି । ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାର ମୁଖ୍ୟ ତଥା ଏକମାତ୍ର ସଂଯୋଗ ବ୍ୟବସ୍ଥା ଥିବା ଏହି ନିର୍ମାଣଧୀନ ପୋଲ ପାଇଁ ସାଧାରଣ ଲୋକ ନାହିଁନଥିବା ହଇରାଣ ହେଉଛନ୍ତି ।

ଖବର ଅନୁଯାୟୀ, ଗତ ପ୍ରାୟ 5 ବର୍ଷ ତଳେ ପାହାଡିଆ ଗେଟାମୁଣ୍ଡା ଝରଣାରେ ବନ୍ୟା ଜଳ ଆସି ପୂର୍ବରୁ ଥିବା ପୋଲକୁ ସମ୍ପୂର୍ଣ୍ଣ ଧୋଇ ନେଇଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ଏହା ଉପରେ ହାଇଲେବେଲ ବ୍ରିଜ କରିବାକୁ ନିଷ୍ପତ୍ତି କରି ଏକ ଘରୋଇ କମ୍ପାନୀକୁ ପୋଲ ନିର୍ମାଣ ପାଇଁ ଠିକା ଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ସଦର ମହକୁମାଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଥିବା ଏହି ନାଳ ରାସ୍ତା ଉପରେ ପ୍ରତ୍ୟେହ ହଜାର ହଜାର ଗାଡି ମୋଟର ନିର୍ଭର କରିଥାନ୍ତି । କିନ୍ତୁ ଇତି ମଧ୍ୟରେ ଦୀର୍ଘଦିନ ବିତିଯିବାକୁ ବସିଥିଲାବେଳେ ପୋଲ କାମ ସମ୍ପୂର୍ଣ୍ଣ ହେବାର ନାଁ ଧରୁନି । ଏବେ ବର୍ଷା ଦିନ ପହଞ୍ଚି ଯାଇଥିବାବେଳେ ଏହି ରାସ୍ତାରେ ଗମନାଗମନ ଅତ୍ୟନ୍ତ ଦୁର୍ବିସହ ହୋଇପଡୁଥିବା ଅଭିଯୋଗ ହୋଇଛି । ଏପଟେ ମନ୍ଥର ଗତିରେ ପୋଲ କାମ ହେଉଥିବାରୁ ଚଳିତ ବର୍ଷା ଋତୁରେ ମଧ୍ୟ ଯାତାୟତରେ ସମସ୍ୟା ଉପୁଜିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ତୁରନ୍ତ ଏଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details