ଓଡିଶା

odisha

ETV Bharat / state

ଆଇନଜୀବୀ ପରିଷଦର ଓକିଲ ମାରଣ ନିତିକୁ ବିରୋଧ, ବୌଦ୍ଧ ଓକିଲ ସଂଘର ସତ୍ୟାଗ୍ରହ

କେନ୍ଦ୍ର ଓ ରାଜ୍ୟ ଆଇନଜୀବୀ ପରିଷଦର ଓକିଲ ମାରଣ ନିତି ଓ କାର୍ଯ୍ୟଶୈଳୀକୁ ବୌଦ୍ଧ ଜିଲ୍ଲା ଓକିଲ ସଂଘର ବିରୋଧ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜିଲ୍ଲା କୋର୍ଟ ସମ୍ମୁଖରେ ଆଇନଜୀବୀ ମାନେ ବିକ୍ଷୋଭ ପ୍ରଦର୍ଶନ ସହିତ ସତ୍ୟାଗ୍ରହ ଆନ୍ଦୋଳନ କରିଛନ୍ତି । ଅଧିକ ପଢ଼ନ୍ତୁ

By

Published : Dec 12, 2022, 9:17 PM IST

ଆଇନଜୀବୀ ପରିଷଦର ଓକିଲ ମାରଣ ନିତିକୁ ବିରୋଧ, ବୌଦ୍ଧ ଓକିଲ ସଂଘର ସତ୍ୟାଗ୍ରହ
ଆଇନଜୀବୀ ପରିଷଦର ଓକିଲ ମାରଣ ନିତିକୁ ବିରୋଧ, ବୌଦ୍ଧ ଓକିଲ ସଂଘର ସତ୍ୟାଗ୍ରହ

ଆଇନଜୀବୀ ପରିଷଦର ଓକିଲ ମାରଣ ନିତିକୁ ବିରୋଧ, ବୌଦ୍ଧ ଓକିଲ ସଂଘର ସତ୍ୟାଗ୍ରହ

ବୌଦ୍ଧ: ଉଭୟ କେନ୍ଦ୍ର ଓ ରାଜ୍ୟ ଆଇନଜୀବୀ ପରିଷଦର ଓକିଲ ମାରଣ ନିତି ଓ କାର୍ଯ୍ୟଶୈଳୀ ବିରୋଧରେ ବୌଦ୍ଧ ଜିଲ୍ଲାର ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହା ସହିତ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜିଲ୍ଲା କୋର୍ଟ ସମ୍ମୁଖରେ ଆଇନଜୀବୀ ମାନେ ବିକ୍ଷୋଭ ପ୍ରଦର୍ଶନ ସହିତ ସତ୍ୟାଗ୍ରହ ଆନ୍ଦୋଳନ କରିଛନ୍ତି ।

ସୋମବାର ବୌଦ୍ଧ ଜିଲ୍ଲା କୋର୍ଟ ସମ୍ମୁଖରେ ବାର ଆସୋସିଏସନର ସଭାପତି, ସଂପାଦକଙ୍କ ସମେତ ବହୁ ବରିଷ୍ଠ ଓକିଲ ଦିନ ତମାମ ବିକ୍ଷୋଭ ପ୍ରଦର୍ଶନ ସହିତ ସତ୍ୟାଗ୍ରହ ଆନ୍ଦୋଳନ କରିଛନ୍ତି । ବିଶେଷ ଭାବରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ସହିତ ଓକିଲ ମାନଙ୍କ ସମୂହ ସ୍ବାର୍ଥକୁ ଦୃଷ୍ଟି ଦେବାକୁ ଦାବି କରି ଏହି ଦିନିକିଆ ସତ୍ୟାଗ୍ରହ ଓକିଲ ସଂଘ ପକ୍ଷରୁ ପାଳନ କରାଯାଇଛି । ଓକିଲମାନଙ୍କ ଏଭଳି ସତ୍ୟାଗ୍ରହକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଥିବା ବେଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details