ଓଡିଶା

odisha

ETV Bharat / state

ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ଅଣ୍ଟା ଭିଡିଲା ପ୍ରଶାସନ - ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ କ୍ଷମ ପାଇଁ ଅଣ୍ଟା ଭିଡିଲା ପ୍ରଶାସନ

ମହାନଦୀ କୂଳରେ 62 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଦୀର୍ଘ ଦୁଇ ବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଶେଷରେ ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ଅଣ୍ଟା ଭିଡିଲା ପ୍ରଶାସନ । ଅଧିକ ପଢନ୍ତୁ

ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ କ୍ଷମ ପାଇଁ ଅଣ୍ଟା ଭିଡିଲା ପ୍ରଶାସନ
ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ କ୍ଷମ ପାଇଁ ଅଣ୍ଟା ଭିଡିଲା ପ୍ରଶାସନ

By

Published : Apr 20, 2022, 9:06 AM IST

ବୌଦ୍ଧ: ମହାନଦୀ କୂଳରେ 62 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଦୀର୍ଘ ଦୁଇ ବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ ।ଶେଷରେ ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ କ୍ଷମ ପାଇଁ ଅଣ୍ଟା ଭିଡିଲା ପ୍ରଶାସନ । ସ୍ଥିତି ଅନୁଧ୍ୟାନ ପରେ ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ପ୍ରଚେଷ୍ଟା କରାଯାଉଥିବା ଜିଲ୍ଲା ପରିଷଦ ସଭ୍ୟ ସୂଚନା ଦେଇଛନ୍ତି ।

ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ କ୍ଷମ ପାଇଁ ଅଣ୍ଟା ଭିଡିଲା ପ୍ରଶାସନ

ସୂଚନାଅନୁସାରେ, ଜିଲ୍ଲାର ବିଭିନ୍ନ ପାନୀୟଜଳ ପ୍ରକଳ୍ପ ଅଚଳ ହୋଇପଡିଛି । ଜିଲ୍ଲାରେ ପାରଦ 42 ଡିଗ୍ରୀ ଉପରେ ରହୁଥିବା ବେଳେ ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ ହେଉନାହିଁ । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାଉଁଶୁଣୀ ଗ୍ରାମର ମହାନଦୀ କୂଳରେ ଏଭଳି ଏକ ପାନୀୟଜଳ ପ୍ରକଳ୍ପ ଦୀର୍ଘ ଦୁଇ ବର୍ଷ ତଳେ 62 ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିଲା । ତେବେ ନିର୍ମାଣ ଦିନ ଠାରୁ ଏହା କାର୍ଯ୍ୟକାରୀ ନହୋଇ ଭୂତକୋଠୀ ପାଲଟିବାକୁ ବସିଥିଲା ।ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟ ଏହାକୁ ପ୍ରାଥମିକତା ଦେଇ ଏହି ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ପ୍ରକଳ୍ପ ପଛରେ ଅନେକ ଦୁର୍ନୀତି ତଥା ଅନିୟମିତତା ହୋଇଥିବା କଥା କୁହାଯାଇଛି । ପ୍ରକଳ୍ପ ସ୍ଥାନ ଆବର୍ଜନା କୁଣ୍ଡରେ ପରିଣତ ହେବା ସହ ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ତେବେ ବର୍ତ୍ତମାନ ସେଠାକାର ସ୍ଥିତି ଅନୁଧ୍ୟାନ ପରେ ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ପ୍ରଚେଷ୍ଟା କରାଯାଉଥିବା ଜିଲ୍ଲା ପରିଷଦ ସଭ୍ୟ ସୂଚନା ଦେଇଛନ୍ତି । ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ହସ୍ତକ୍ଷେପ ପରେ ଏହା ପୁନଃ କାର୍ଯ୍ୟକ୍ଷମ ହେବାର ଆଶା ସଞ୍ଚାର ହୋଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details