ଓଡିଶା

odisha

ETV Bharat / state

ଟଙ୍କା ସୁଝି ନପାରି ମହିଳାଙ୍କ ଆତ୍ମହତ୍ୟା - ମହିଳାସ୍ବୟଂ ସହାୟକ ଗୋଷ୍ଠୀ

ବୌଦ୍ଧ ଜିଲ୍ଲା କରଡି ଗାଁର ଜଣେ ମହିଳା କିଛି ମହିଳାସ୍ବୟଂ ସହାୟକ ଗୋଷ୍ଠୀଠାରୁ ଟଙ୍କା କରଜ କରିଥିଲେ । ପରେ ଟଙ୍କା ସୁଝି ନପାରି ଘର ଫ୍ୟାନରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

By

Published : Sep 10, 2019, 2:55 PM IST

ବୌଦ୍ଧ: କରଜ ଟଙ୍କା ସୁଝି ନପାରି ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ । ବୌଦ୍ଧ ଜିଲ୍ଲା କରଡି ଗାଁର ଜଣେ ମହିଳା କିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଠାରୁ କିଛି ଟଙ୍କା କରଜ କରିଥିଲେ । ପରେ ଟଙ୍କା ସୁଝି ନପାରି ଘର ଫ୍ୟାନରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ମୃତ ମହିଳା ଜଣକ କରଡି ଗାଁର ସରୋଜିନୀ ନାଏକ। କିଛିଦିନ ତଳେ ଗାଁର ୪ ରୁ ୫ଟି ମହିଳାସ୍ବୟଂ ସହାୟକ ଗୋଷ୍ଠୀଠାରୁ ସରୋଜିନୀ କିଛି ଟଙ୍କା କରଜ କରିଥିଲେ । ପରେ ବିଭିନ୍ନ ଗୋଷ୍ଠୀର ମହିଳାମାନେ ଉକ୍ତ ଟଙ୍କା ପୈଠ ପାଇଁ ସରୋଜିନୀଙ୍କ ଉପରେ ଚାପ ପକାଉଥିଲେ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ସରୋଜିନୀଙ୍କ ସ୍ବାମୀ ନୂଆଖାଇ ଛୁଟିରେ ଭୁବନେଶ୍ବରରୁ ଗାଁକୁ ଆସିଥିବାବେଳେ ଗ୍ରୁପର ମହିଳାମାନେ ପୁନର୍ବାର ତାଙ୍କ ସ୍ବାମୀଙ୍କ ଆଗରେ ଟଙ୍କା ପାଇଁ ହଟହଟା କରିଥିଲେ । ଯାହାକୁ ସରୋଜିନୀ ସହ୍ୟ କରି ନପାରି ଗତକାଲି ସୋମବାର ପାହାନ୍ତାରୁ ଆତ୍ମହତ୍ୟା କରିଥିଲେ ।

କିଛି ଟଙ୍କା ପାଇଁ ଏଭଳି ଅଭାବନୀୟ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମଙ୍ଗଳବାର ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବୌଦ୍ଧ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି । ତାଙ୍କର ଏକ 6 ବର୍ଷର ଝିଅ ଥିବାବେଳେ ସେ ଆଠମାସର ଗର୍ଭବତୀ ଥିଲେ ବୋଲି ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details