ଓଡିଶା

odisha

ETV Bharat / state

ଦିବ୍ୟାଙ୍ଗ ପୁଅର ଭତ୍ତା ଟଙ୍କାରେ ଚଳୁଛି ପରିବାର - ସାମାଜିକ କଲ୍ୟାଣ ସୁରକ୍ଷା ଯୋଜନା

ଘରେ ରୋଜଗାରିଆ ଦୁଇଜଣ ବାପ ପୁଅ ଭିନ୍ନକ୍ଷମ । ପୁଅର ଭିନ୍ନକ୍ଷମ ଟଙ୍କାରେ ଚଳୁଛି ପରିବାର । ସରକାରଙ୍କର କଲ୍ୟାଣକାରୀ ଯୋଜନାରେ ସାମିଲ ହୋଇନାହାନ୍ତି ବୌଦ୍ଧ ଜିଲ୍ଲା ବୀରନରସିଂହପୁର ବିଦ୍ୟାଧର ଜେନା । ଅଧିକ ପଢନ୍ତୁ...

ମାନସିକ ଭିନ୍ନକ୍ଷମ ପୁଅର ଭତ୍ତା ଟଙ୍କାରେ ଚଳୁଛି ପରିବାର
ମାନସିକ ଭିନ୍ନକ୍ଷମ ପୁଅର ଭତ୍ତା ଟଙ୍କାରେ ଚଳୁଛି ପରିବାର

By

Published : Dec 17, 2020, 12:20 PM IST

ବୌଦ୍ଧ:ଅସହାୟର କରୁଣ ଚିତ୍ର । ଭିନ୍ନକ୍ଷମ ଟଙ୍କାରେ ଜଳୁଛି ଚୁଲି । ଗୋଟିଏ ପରିବାରରେ ଦୁଇ ଦୁଇ ଜଣ ଭିନ୍ନକ୍ଷମ ଥାଇ ବି ସେମାନଙ୍କୁ ସରକାରଙ୍କ ସାମାଜିକ କଲ୍ୟାଣ ବ୍ୟବସ୍ଥାରେ ସାମିଲ କରାଯାଇ ନାହିଁ । ଫଳରେ ପରବାରରେ ଦୁଇ ଓଳି ଦୁଇ ମୁଠା ଖାଇବା କଷ୍ଟକର ହୋଇଛି । ଏ କାହାଣୀ ହେଉଛି ବୌଦ୍ଧ ଜିଲ୍ଲା ବୀରନରସିଂହପୁର ବିଦ୍ୟାଧର ଜେନାଙ୍କ ପରିବାରର ।

ମାନସିକ ଭିନ୍ନକ୍ଷମ ପୁଅର ଭତ୍ତା ଟଙ୍କାରେ ଚଳୁଛି ପରିବାର

ସୂଚନାଅନୁସାରେ,ବୀରନରସିଂପୁରର ବାସିନ୍ଦା ବିଦ୍ୟାଧର ଜେନାଙ୍କ ଗୋଟିଏ ବୋଲି ପୁଅ ଜନ୍ମରୁ ଭିନ୍ନକ୍ଷମ । ବଡ କଥା ହେଲା ନିଜେ ବିଦ୍ୟାଧର ମଧ୍ୟ ଜନ୍ମରୁ ଶୁଣିପାରନ୍ତି କି କିଛି କଥା କହିପାରନ୍ତିନି । ଘରକୁ ଦାନା ଯୋଗାଉଥିବା ଦୁଇ ଦୁଇ ଜଣ ଭିନ୍ନକ୍ଷମ ହୋଇଥିବା ବେଳେ ଘର ଚଳେଇବା କାଠିକର ପାଠ ହୋଇଛି । ବିଦ୍ୟାଧରଙ୍କ ପୁଅକୁ ମିଳୁଥିବା ଭିନ୍ନକ୍ଷମ ଟଙ୍କାରେ ପରିବାର କଷ୍ଟ ମଟେ ଚାଲୁଥିବା କହିଛନ୍ତି ବିଦ୍ୟାଧରଙ୍କ ସ୍ତ୍ରୀ । ଉଭୟ ଭିନ୍ନକ୍ଷମ ପିତା ପୁତ୍ରଙ୍କ ବୋଝ ମୁଣ୍ଡାଇଛନ୍ତି ଏକାକୀ ଜଣେ ମହିଳା ।

ସରକାରଙ୍କର ଏତେ ସବୁ କଲ୍ୟାଣକାରୀ ଯୋଜନା ଥାଇ ବି ବିଦ୍ୟାଧରଙ୍କୁ ଆଜି ଯାଏଁ ସାମାଜିକ କଲ୍ୟାଣ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ନାହିଁ । ଭିନ୍ନକ୍ଷମ ପୁଅ ପାଇଁ ମିଳୁଥିବା ଟଙ୍କାରେ ଘର ଚାଲିବା କଷ୍ଟକର ହୋଇଛି । ପରିବାରର ଏପରି ଦୃଶ୍ୟ ସମସ୍ତଙ୍କୁ ଦୁଃଖିତ କରିଛି । ତୁରନ୍ତ ବିଦ୍ୟାଧରଙ୍କୁ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସାମିଲ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details