ବୌଦ୍ଧ:ଜାତୀୟ କ୍ରୀଡା ଦିବସରେ ଆୟୋଜିତ ହେଲା ସାଇକେଲ ଚାଳନା କାର୍ଯ୍ୟକ୍ରମ । ଶରୀର ସୁସ୍ଥ ତଥା ନିରୋଗ ରଖିବା ଉଦ୍ଦେଶ୍ୟରେ ସଚେତନତାର ବାର୍ତ୍ତା ନେଇ ବୌଦ୍ଧଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଜିଲ୍ଲା ମାରଓ୍ବାଡି ଯୁବା ମଞ୍ଚ ପକ୍ଷରୁ ଆଇଆରବି ବାଟାଲିୟନ ପର୍ଯ୍ୟନ୍ତ ସାଇକେଲ ରାଲି ହୋଇଥିଲା ।
କ୍ରୀଡା ଦିବସରେ ସାଇକେଇ ଚଲାଇଲେ ଦିବ୍ୟାଙ୍ଗ, ଯୁବବର୍ଗଙ୍କ ପାଇଁ ସାଜିଲେ ପ୍ରେରଣା - ବୌଦ୍ଧ ଖବର
ଆଜି ଜାତୀୟ କ୍ରୀଡା ଦିବସ । ଆୟୋଜିତ ହେଲା ସାଇକେଲ ଚାଳନା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...
କ୍ରୀଡା ଦିବସରେ ଦିବ୍ୟାଙ୍ଗ ଚଲାଇଲେ ସାଇକେଲ, ଯୁବବର୍ଗଙ୍କୁ ପାଇଁ ସାଜିଲେ ପ୍ରେରଣା
କାର୍ଯ୍ୟକ୍ରମକୁ ବୌଦ୍ଧ ଏସପି ଜ୍ଞାନ ରଞ୍ଜନ ମହାନ୍ତି ଉଦଘାଟନ କରିଥିବା ବେଳେ କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଓ ଜଣେ ଦିବ୍ୟାଙ୍ଗ ବୃଦ୍ଧ ଦୀର୍ଘ ରାସ୍ତା ସାଇକେଲ ଚଲାଇ ଯୁବବର୍ଗଙ୍କୁ ଉତ୍ସାହିତ କରିଥିଲେ । ଜାତୀୟ କ୍ରୀଡା ଦିବସରେ ମଧ୍ୟ ଜହ୍ନାପଙ୍ଗ ଠାରେ ଆଞ୍ଚଳିକ ଯୁବ ସମାଜ ଓ ମାରୁତୀ ଯୁବକ ସଂଘ ପକ୍ଷରୁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି,ଇଟିଭି ଭାରତ