ବୌଦ୍ଧ: ବିଭିନ୍ନ ବିପଦସଙ୍କୁଳ ସ୍ଥାନରେ କାର୍ଯ୍ୟରତ ୬୨ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ବୌଦ୍ଧ ଜିଲ୍ଲା ଶିଶୁ ମଙ୍ଗଳ ସମିତି । ଗୁରୁବାର ପରୀ-୩ କାର୍ଯ୍ୟକ୍ରମର ସମିତି ସହ ଶିଶୁ ସୁରକ୍ଷା, ପୋଲିସ ଓ ଶ୍ରମ ବିଭାଗର ମିଳିତ ଉଦ୍ୟମରେ ବୌଦ୍ଧ ଜିଲ୍ଲାର ପୁରୁଣାକଟକ, ବୌଦ୍ଧ, ବାଉଁଶୁଣୀ, ମନମୁଣ୍ଡା, କଣ୍ଟାମାଳ ଆଦି ଅଞ୍ଚଳରେ ଚଢାଉ କରାଯାଇ ଏହି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।
ବୌଦ୍ଧରୁ ୬୨ ଶିଶୁ ଶ୍ରମିକ ଉଦ୍ଧାର - ବୌଦ୍ଧ
ପରୀ-୩ କାର୍ଯ୍ୟକ୍ରମର ସମିତି ସହ ଶିଶୁ ସୁରକ୍ଷା, ପୋଲିସ ଓ ଶ୍ରମ ବିଭାଗର ମିଳିତ ଉଦ୍ୟମରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇ ୬୨ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।
ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
ବୌଦ୍ଧ ଜିଲ୍ଲା ବ୍ୟତୀତ ପଡୋଶୀ ସୋନପୁର, ଅନୁଗୁଳ ସହିତ ବିହାର ଓ ପଶ୍ଚିମବଙ୍ଗର କେତେକ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଉଦ୍ଧାର ହୋଇଥିବା ସ୍ଥାନୀୟ ଶିଶୁ ଶ୍ରମିକଙ୍କୁ ସେମାନଙ୍କ ଅବିଭାବକଙ୍କ ଉପଯୁକ୍ତ ପ୍ରମାଣ ପତ୍ର ଦାଖଲ ପରେ ଛାଡିଦିଆଯାଇଥିବା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ