ବୌଦ୍ଧ: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଇଭିଏମ ଓ ଭିଭିପାଟ ସଚେତନତା କାର୍ଯ୍ୟକ୍ରମ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ଏନେଇ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି । ତେବେ ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୦୩୮ଟି ଗ୍ରାମରେ ଜନସାଧାରଣଙ୍କୁ ସଚେତନ କରିବା ନେଇ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି ।
ଆଗାମୀ ନିର୍ବାଚନରେ ପ୍ରଥମ ଥର ପାଇଁ ଭିଭିପାଟ ମେସିନ୍ର ବ୍ୟବହାର ହେବାକୁ ଥିବାରୁ ଏନେଇ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ବ୍ୟବସ୍ଥା କରିଯାଇଛି । ସୂଚନା ଅନୁଯାୟୀ ନିର୍ବାଚନ ପୂର୍ବରୁ ଜିଲ୍ଲାରେ ବ୍ୟାପକ ସଚେତନ କରିବା ପାଇଁ ନିଷ୍ପତ୍ତି ହୋଇଛି ।