ବୌଦ୍ଧ: ଦିନକୁ ଦିନ ବ୍ୟାପିବାରେ ଲାଗିଛି କୋରୋନା ସଂକ୍ରମଣ । କୋରୋନା କବଳରେ କବଳିତ ହେବାରେ ଲାଗିଛି ବୌଦ୍ଧ ଜିଲ୍ଲା । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶନିବାର ୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2 ହଜାର ଛୁଇଁବ । ହେଲେ ସାଧାରଣ ଲୋକେ କୋରୋନା କଟକଣାକୁ ଗୁରୁତ୍ୱ ଦେଉନାହାଁନ୍ତି ।
ବୌଦ୍ଧରୁ ୨୮ ନୂଆ ଆକ୍ରାନ୍ତ ଚିହ୍ନଟ, ପରିବା ଦର ଆକାଶ ଛୁଆଁ
ଦିନକୁ ଦିନ ବ୍ୟାପିବାରେ ଲାଗିଛି ସଂକ୍ରମଣ । ଶନିବାର ବୌଦ୍ଧରୁ ୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ । ସେପଟେ, ପରିବା ଦର ନେଇ ଚିନ୍ତାରେ ଖାଉଟି । ଅଧିକ ପଢନ୍ତୁ....
ବୌଦ୍ଧରୁ ୨୮ ନୂଆ ଆକ୍ରାନ୍ତ ଚିହ୍ନଟ, ପରିବା ଦର ଆକାଶ ଛୁଆଁ
ସେପଟେ କୋରୋନା ସଂକ୍ରମଣ ବୃଦ୍ଧି ସହିତ ପନିପରିବା ଦର ମଧ୍ୟ ଆକାଶ ଛୁଆଁ ହେଲାଣି । ଆଳୁ ପିଆଜ ଠାରୁ ଆରମ୍ଭ କରି ପ୍ରାୟ ପନିପରିବା ଦର ପଚାଶ ଟଙ୍କା ଉପରେ ରହୁଥିବା ବେଳେ ସାଧାରଣ ଖାଉଟି ଏବେ କିଭଳି ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ପଡିଛନ୍ତି । ଜିଲ୍ଲାର ପ୍ରାୟ ସମସ୍ତ ବଜାରରେ ଏଭଳି ଦର ଥିବା ଯୋଗୁଁ ଖାଉଟି ଓ ଯୋଗାଣ ବିଭାଗ ଏହା ଉପରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ