ଓଡିଶା

odisha

ETV Bharat / state

ଘୋଷଯାତ୍ରା ନିମନ୍ତେ ଶ୍ରୀକ୍ଷେତ୍ରକୁ ପଠାଗଲା 27 ଗୋଟି ଧଉରା କାଠ - ghosyatra

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ ବୌଦ୍ଧରୁ 27 ଗୋଟି ଧଉରା କାଠ ଶ୍ରୀକ୍ଷେତ୍ର ପୁରୀ ପଠାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : May 6, 2019, 1:58 PM IST

ବୌଦ୍ଧ: ଶ୍ରୀ ଜଗନ୍ନାଥଙ୍କ ଆଦି ପୀଠ ଭାବରେ ପରିଚିତ ବୌଦ୍ଧ ଜିଲ୍ଲା । ଏଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କୀୟ ଅନେକ ଲୋକକଥା ଓ କିମ୍ବଦନ୍ତୀ ପ୍ରଚଳିତ । ବୈଷ୍ଣବ ସଂସ୍କୃତିର ଏହି ପବିତ୍ର ଅଞ୍ଚଳର ଅନେକ ସ୍ଥାନରେ ସୃଷ୍ଟି କରାଯାଇଛି ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାପ୍ରଭୁଙ୍କ ଘୋଷ ଯାତ୍ରା ନିମନ୍ତେ ଏହି ସ୍ଥାନରୁ 27 ଗୋଟି ଧଉରା କାଠ ଶ୍ରୀକ୍ଷେତ୍ର ପୁରୀ ପଠାଯାଇଛି । ସମୁଦାୟ ୪୩ ଗୋଟି ବିରାଟ ଗଣ୍ଡିକୁ ଏକ ସ୍ବତନ୍ତ୍ର ଟ୍ରକ ଯୋଗେ ପୁରୀ ପଠାଯାଇଥିବା ସୂଚନା ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରାର ରଥ ନିମନ୍ତେ ବୌଦ୍ଧ ବନଖଣ୍ଡ ବିଭାଗ ପକ୍ଷରୁ ରବିବାର ରଥ କାଠ ପୁରୀ ପଠାଯାଇଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜର ବାହାବଳଖୋଲ ଓ ସୁବର୍ଣ୍ଣଗିରି ସଂରକ୍ଷିତ ଜଙ୍ଗଲରୁ ୨୭ ଗୋଟି ଧଉରା କାଠ ତଥା ମାଳତୀ ଗୋଛାପଡା ଗ୍ରାମ୍ୟ ଜଙ୍ଗଲରୁ ୧୬ ଖଣ୍ଡ ଫାସୀ କାଠ ଚିହ୍ନଟ ପରେ କଟାଯାଇ ବିଧି ଅନୁସାରେ ପୂଜାର୍ଚ୍ଚନା କରି ଶ୍ରୀକ୍ଷେତ୍ର ପୁରୀକୁ ପଠାଯାଇଛି ।

କାର୍ଯ୍ୟକ୍ରମରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଯୋଗ ଦେଇ ସବୁଜ ପତାକା ଦେଖାଇ ଶୁଭ ମନାସିଥିଲେ । କାର୍ଯ୍ୟକ୍ରମକୁ ମନମୁଣ୍ଡା ରେଞ୍ଜର ସରୋଜ ମିଶ୍ର , ଏସିଏଫ ଦିଲ୍ଲୀପ ସିଂ, ବନପାଳ ଅଜିତ ଆଚାର୍ଯ୍ୟ, ଦେବକାନ୍ତ ବେହେରା, ରବୀନ୍ଦ୍ର କୁମ୍ଭାର, ବୃକ୍ଷ ପ୍ରେମୀ ସୁଶାନ୍ତ ଦେହୁରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।


ରଥକାଠ ନେଇ ଗାଡି ଶ୍ରୀକ୍ଷେତ୍ର ବାହାରିଲା ସମୟରେ ସ୍ଥାନୀୟ ଲୋକେ ଆନନ୍ଦରେ ଜୟ ଜଗନ୍ନାଥ, ହରିବୋଲ ଓ ହୁଳହୁଳି ଦେଇ ବିଦାୟ ଦେଇଥିଲେ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details