ଓଡିଶା

odisha

ETV Bharat / state

ଅନ୍ଧାରୀ ଶାସନର ନଗ୍ନ ଚିତ୍ର, ଘର ଭାଙ୍ଗି ଦୁଇ ପରିବାରକୁ ଗାଁରୁ କଲେ ବାସନ୍ଦ - ଅନ୍ଧାରୀମୂଲକ

ପୁଣି ସାମ୍ନାକୁ ଆସିଲା ଅନ୍ଧାରୀମୂଲକ ଅନ୍ଧ ଶାସନର ଆଉ ଏକ ନଗ୍ନ ଚିତ୍ର । ଘର ଭାଙ୍ଗିବା ପରେ ଦୁଇ ପରିବାରକୁ ଗାଁରୁ କଲେ ବାସନ୍ଦ । ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବରଗୋଛା ଗ୍ରାମରେ । ଅଧିକ ପଢନ୍ତୁ...

ଅନ୍ଧ ଶାସନର ନଗ୍ନ ଚିତ୍ର, ଘର ଭାଙ୍ଗି ଦୁଇ ପରିବାରକୁ ଗାଁରୁ କଲେ ବାସନ୍ଦ
ଅନ୍ଧ ଶାସନର ନଗ୍ନ ଚିତ୍ର, ଘର ଭାଙ୍ଗି ଦୁଇ ପରିବାରକୁ ଗାଁରୁ କଲେ ବାସନ୍ଦ

By

Published : Nov 6, 2021, 9:14 AM IST

ବୌଦ୍ଧ: ପୁଣି ସାମ୍ନାକୁ ଆସିଲା ଅନ୍ଧାରୀମୂଲକ ଅନ୍ଧ ଶାସନର ଆଉ ଏକ ନଗ୍ନ ଚିତ୍ର । ଘର ଭାଙ୍ଗିବା ପରେ ଦୁଇ ପରିବାରକୁ ଗାଁରୁ କଲେ ବାସନ୍ଦ । ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବରଗୋଛା ଗ୍ରାମରେ । ସୂଚନା ମୁତାବକ ଗ୍ରାମର ଦୁଇଟି ପରିବାର ଶତାଧିକ ବର୍ଷ ପୂର୍ବରୁ ଉକ୍ତ ସ୍ଥାନରେ ପଟ୍ଟା ପାଇ ରହିଆସୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ଜମି ସରକାରୀ ଖାତାକୁ ଚାଲିଯାଇଥିଲା ।

ଅନ୍ଧ ଶାସନର ନଗ୍ନ ଚିତ୍ର, ଘର ଭାଙ୍ଗି ଦୁଇ ପରିବାରକୁ ଗାଁରୁ କଲେ ବାସନ୍ଦ

ତେବେ ସରକାରୀ ଯୋଜନାରେ ଏହି ଦୁଇ ପରିବାରକୁ ଉକ୍ତ ଡିହରେ ଦୁଇଟି ସରକାରୀ ଆବାସ ଗୃହ ମିଳିଥିଲା । ହେଲେ ବର୍ତ୍ତମାନ ଉକ୍ତ ସ୍ଥାନରେ ଏକ କୁଞ୍ଜଘର ନିର୍ମାଣ ହେବ ତଥା ତାହା ସରକାରୀ ଜାଗା ଦର୍ଶାଇ ଜଣେ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପ୍ରରୋଚନାରେ ଏକ ଗୋଷ୍ଠୀ ଉକ୍ତ ଦୁଇ ପରିବାରଙ୍କ ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏହି ଦୁଇ ପରିବାର ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ଗାଁରେ ନିଆଁପାଣି ବନ୍ଦ କରିବା ସହିତ ସାମାଜିକ ବାସନ୍ଦ କରାଯାଇଥିବା ଦୁଇ ପରିବାର ଅଭିଯୋଗ କରିଛନ୍ତି।

ଏନେଇ ଏହି ପରିବାର ମନମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କୁ ନ୍ୟାୟ ମିଳୁନଥିବା ସୂଚନା ମିଳିଛି । ଶେଷରେ ନ୍ୟାୟ ତଥା ସୁରକ୍ଷା ଦାବିରେ ସେମାନେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସେପଟେ ଏହି ଘଟଣାକୁ ଗୁରୁତର ସହିତ ଜିଲ୍ଲା ପ୍ରଶାସନ ଗ୍ରହଣ କରି ଏହାର ତଦନ୍ତ କରାଯିବ ବୋଲି ଭୟଭୀତ ପରିବାରକୁ ଆଶ୍ବସନା ଦିଆଯାଇଥିବା ସୂଚନା ମିଳିଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details