ଓଡିଶା

odisha

ETV Bharat / state

ଦୁଇ ଦିନରେ ଦୁଇ ସହକାରୀ ଜିଲ୍ଲାପାଳ ଗଲେ ହସ୍ପିଟାଲ - boudh

2 ଦିନରେ ଦୁଇ ସହକାରୀ ଜିଲ୍ଲାପାଳ ଡାକ୍ତରଖାନାରେ ଭର୍ତ୍ତି । ଜଣେ ଦୁର୍ଘଟଣା ଯୋଗୁଁ ଅନ୍ୟ ଜଣେ ଅତ୍ୟଧିକ ଗରମ ଯୋଗୁଁ ।

ଫଟୋ ସୌଜନ୍ୟ : ପ୍ରତିନିଧି,ବୌଦ୍ଧ

By

Published : May 31, 2019, 3:09 PM IST

ବୌଦ୍ଧ: ଦୁଇ ଦିନରେ ଦୁଇ ସହକାରୀ ଜିଲ୍ଲାପାଳ ଚିକିତ୍ସାଳୟରେ ହେଉଛନ୍ତି ଚିକିତ୍ସିତ । ଗୁରୁବାର ସହକାରୀ ଜିଲ୍ଲାପାଳ ଦୁର୍ଘଟଣାରେ ଆହତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ସକାଳେ ଆଉ ଜଣେ ସହକାରୀ ଜିଲ୍ଲାପାଳ ମାତ୍ରାଧିକ ଗରମରୁ ଡିହାଇଡ୍ରେସନର ଶିକାର ହୋଇ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ବୌଦ୍ଧ

ଗୁରୁବାର ବୌଦ୍ଧ ଜିଲ୍ଲାର ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆ ଅଫିସ କାମ ସାରି ଘର ସୋନପୁରକୁ ନିଜ କାର ଯୋଗେ ଫେରିବା ବେଳେ ଜହ୍ନାପଙ୍କ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ପ୍ରଥମେ ବୌଦ୍ଧ ଓ ପରେ ବୁର୍ଲା ଯାଇ ସେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ସେହିପରି ଶୁକ୍ରବାର ଆଉଜଣେ ସହକାରୀ ଜିଲ୍ଲାପାଳ ସତ୍ୟଜିତ ମହାପାତ୍ର ଅତ୍ୟଧିକ ଗରମରୁ ଡିହାଇଡ୍ରେସନର ଶିକାର ହୋଇ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେବେ ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଠିକଥିବା ସୂଚନା ମିଳିଛି । ଦୁଇ ଦିନରେ ବୌଦ୍ଧ ଜିଲ୍ଲାର ଦୁଇ ସହକାରୀ ଜିଲ୍ଲାପାଳଙ୍କ ଏଭଳି ସ୍ବାସ୍ଥ୍ୟବସ୍ଥାକୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details