ଓଡିଶା

odisha

ETV Bharat / state

ଚର୍ଚ୍ଚାରେ ବୌଦ୍ଧର 2 କର୍ତ୍ତବ୍ୟପରାୟଣ କୋରୋନା ଯୋଦ୍ଧା - ବୌଦ୍ଧ ଖବର

କୋଭିଡ19 ସଙ୍କଟ ସମୟରେ କର୍ତ୍ତବ୍ୟ ପରାୟଣତାର ଚରମ ନିଦର୍ଶନ ଦେଖିବାକୁ ମିଳିଛି । ସ୍ବାସ୍ଥ୍ୟ ବିଭାଗରୁ ସେବିକା ଭାବରେ ଅବସର ଗ୍ରହଣ ପରେ ବର୍ତ୍ତମାନ ପୁଣି ଥରେ ଏହି ଅଦୃଶ୍ୟ ଶକ୍ତି ବିରୋଧରେ ଲଢେ଼ଇ ପାଇଁ ଆଗେଇ ଆସିଛନ୍ତି ସୁକାନ୍ତି ପୁହାଣ । ସେହିପରି କର୍ତ୍ତବ୍ୟ ପାଇଁ ବୌଦ୍ଧ ଥାନାରେ କାର୍ଯ୍ୟରତ ରମାକାନ୍ତ ପ୍ରଧାନ ଚୋରା ମଦକୁ ଧରିବା ପାଇଁ ଉଛୁଳା ମହାନଦୀରେ ନିଜ ସହଯୋଗୀଙ୍କ ସହ ଖାକି ପୋଷାକ ପିନ୍ଧି ପହଁରି ପହଁରି ନଦୀ ଗର୍ଭକୁ ଯାଇ ମଦ ପୋଚ ନଷ୍ଟ କରିଛନ୍ତି ।

od_boudh_2 corona warriors in boudh
ବୌଦ୍ଧର 2 କୋରୋନା ଯୋଦ୍ଧାଙ୍କ କର୍ତ୍ତବ୍ୟ ପରାୟଣତାକୁ ନେଇ ଚର୍ଚ୍ଚା

By

Published : May 11, 2020, 9:34 PM IST

Updated : May 12, 2020, 1:27 PM IST

ବୌଦ୍ଧ: କୋଭିଡ19 ସଙ୍କଟ ସମୟରେ କର୍ତ୍ତବ୍ୟ ପରାୟଣତାର ଚରମ ନିଦର୍ଶନ ଦେଖିବାକୁ ମିଳିଛି । ସ୍ବାସ୍ଥ୍ୟ ବିଭାଗରୁ ସେବିକା ଭାବରେ ଅବସର ଗ୍ରହଣ ପରେ ବର୍ତ୍ତମାନ ପୁଣି ଥରେ ଏହି ଅଦୃଶ୍ୟ ଶକ୍ତି ବିରୋଧରେ ଲଢେ଼ଇ ପାଇଁ ଆଗେଇ ଆସିଛନ୍ତି ସୁକାନ୍ତି ପୁହାଣ ।

ଚର୍ଚ୍ଚାରେ ବୌଦ୍ଧର 2 କର୍ତ୍ତବ୍ୟପରାୟଣ କୋରୋନା ଯୋଦ୍ଧା
ବୌଦ୍ଧର 2 କୋରୋନା ଯୋଦ୍ଧାଙ୍କ କର୍ତ୍ତବ୍ୟ ପରାୟଣତାକୁ ନେଇ ଚର୍ଚ୍ଚା

ବର୍ତ୍ତମାନ ସେ ବୌଦ୍ଧର କୋଭିଡ ହେଲଥ ସେଣ୍ଟରରେ କାର୍ଯ୍ୟରତ ଅଛନ୍ତି । ନିଜ ସହଯୋଗୀ ଓ ଅନ୍ୟ ଡାକ୍ତରଙ୍କ ସହ ମିଶି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା ଯୋଗାଇ ଦେଇଛନ୍ତି । ସେହିପରି ଆଉ ଜଣେ ଯୋଦ୍ଧା ହେଲେ ବୌଦ୍ଧ ଥାନାରେ କାର୍ଯ୍ୟରତ ରମାକାନ୍ତ ପ୍ରଧାନ । କର୍ତ୍ତବ୍ୟ ପାଇଁ ସେ ଏଭଳି ଉତ୍ସର୍ଗୀକୃତ ଯେ ଚୋରା ମଦକୁ ଧରିବା ପାଇଁ ଉଛୁଳା ମହାନଦୀରେ ନିଜ ସହଯୋଗୀଙ୍କ ସହ ଖାକି ପୋଷାକ ପିନ୍ଧି ପହଁରି ପହଁରି ନଦୀ ଗର୍ଭକୁ ଯାଇ ମଦ ପୋଚ ନଷ୍ଟ କରିଥିଲେ । ଉଭୟଙ୍କ ଯୋଦ୍ଧାଙ୍କ କର୍ତ୍ତବ୍ୟ ପ୍ରତି ଏଭଳି ନିଷ୍ଠାପରତା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : May 12, 2020, 1:27 PM IST

ABOUT THE AUTHOR

...view details