ଓଡିଶା

odisha

ETV Bharat / state

ଧୋଇଯାଇଛି ପୋଲ, ସାହା ପାଲଟିଛି ଜଙ୍ଗଲ ରାସ୍ତା

ହରଭଙ୍ଗା ବ୍ଲକ ଅନ୍ତର୍ଗତ ତଳଗାଁ ପଞ୍ଚାୟତରେ 5ବର୍ଷରୁ ଉର୍ଦ୍ଧ୍ବ ହେଲା ଧୋଇଯାଇଛି 2ଟି ପୋଲ । ଫଳରେ ଖଳିସାହି ବାସୀ ଜଙ୍ଗଲ ରାସ୍ତାକୁ ଆପଣାଇଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏହି ରାସ୍ତା ପ୍ରତି କେହି ଧ୍ୟାନ ଦେଉନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Aug 4, 2019, 10:58 PM IST

ବୌଦ୍ଧ: ଆଦିବାସୀ ଅଧ୍ୟୁଷିତ ଗାଁରେ ଦୀର୍ଘ 5ବର୍ଷରୁ ଉର୍ଦ୍ଧ୍ବ ହେଲା ଧୋଇଯାଇଛି 2ଟି ପୋଲ । ଫଳରେ ସାଧାରଣ ଯାତାୟତ ନିମନ୍ତେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
ଏପରି ଅବ୍ୟବସ୍ଥା ହରଭଙ୍ଗା ବ୍ଲକ ଅନ୍ତର୍ଗତ ତଳଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି । ତଳଗାଁ ପଞ୍ଚାୟତର ଖଳିସାହିକୁ ଯୋଗାଯୋଗ ହେଉଥିବା 2ଟି ପୋଲ ଧୋଇଯାଇଛି ।

ପଞ୍ଚାୟତକୁ ଯିବାକୁ ହେଲେ ଗ୍ରାମବାସୀମାନେ ଜଙ୍ଗଲ ଦେଇ ଯାତାୟତା କରୁଥିବା ଅଭିଯୋଗ ହୋଇଛି । ଖଳିସାହିର ପତକାବାଲି ଓ ତଳଗାଁ କୁ ସଂଯୋଗ କରୁଥିବା ରାସ୍ତା ରେ ଥିବା ପୋଲର ଭାଙ୍ଗି ଯିବା ସହ ଯାତାୟତରେ ବ୍ୟାଘାତ ସୃଷ୍ଟି ହୋଇଛି । ଏପଟେ ଆଦିବାସୀ ଅଧ୍ୟୁଷିତ ତଥା ଏକ ଉପାନ୍ତ ଗ୍ରାମ ହୋଇ ଥିବାରୁ ଏହି ରାସ୍ତା ପ୍ରତି କେହି ଧ୍ୟାନ ଦେଉନଥିବା ଚର୍ଚ୍ଚା ହେଉଛି । ତୁରନ୍ତ ଏହି ପୋଲ 2ଟିକୁ ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details