ଓଡିଶା

odisha

Sambalpur Violence: 12 ଘଣ୍ଟିଆ ବନ୍ଦ ପାଳନ, ଦୋକାନ ବଜାର ବନ୍ଦ

By

Published : Apr 19, 2023, 1:58 PM IST

ସମ୍ବଲପୁରରେ ହନୁମାନ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟଣାକୁ ନେଇ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ବୌଦ୍ଧ, ସୁନ୍ଦରଗଡ ଏବଂ କଳାହାଣ୍ଡିରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

12 hours bandh
12 hours bandh

12 hours bandh

ବୌଦ୍ଧ/ସୁନ୍ଦରଗଡ/ଭବାନୀପାଟଣା: ଗତ 12 ଓ 14 ତାରିଖରେ ସମ୍ବଲପୁରରେ ଘଟିଥିବା ହିଂସାକାଣ୍ଡ ପ୍ରତିବାଦରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ 14 ଟି ଜିଲ୍ଲାରେ ବାର ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଏହି କ୍ରମରେ ବୌଦ୍ଧ ଜିଲ୍ଲାରେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବରେ ଏହି ବନ୍ଦ ପାଳନ ହୋଇଛି । ଆଜି ବାର ଘଣ୍ଟିଆ ବନ୍ଦ ପାଳନକୁ ସାଧାରଣ ଲୋକେ ସ୍ବତଃପ୍ରବୃତ୍ତ ଭାବରେ ସମର୍ଥନ ଜଣାଇଥିବା ବେଳେ ଦୂରଦୂରାନ୍ତରୁ ଯାତ୍ରା କରୁଥିବା ଯାତ୍ରୀମାନେ ଅନେକ ହନ୍ତସନ୍ତ ହୋଇଥିଲେ ।

ବୌଦ୍ଧ ଜିଲ୍ଲାରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଗାଡିମୋଟର, ଦୋକାନ ବଜାର ବନ୍ଦ ରହିଥିବା ବେଳେ ଜିଲ୍ଲାବାସୀ ସ୍ବତଃପ୍ରବୃତ୍ତ ଭାବରେ ବନ୍ଦକୁ ସମର୍ଥନ ଜଣାଇଛନ୍ତି । ବନ୍ଦ ପାଳନ ନିମନ୍ତେ ଉଭୟ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ ସହିତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ନଉପୁଜେ ସେଥିପାଇଁ ପୋଲିସର ବରିଷ୍ଠ ଅଧିକାରୀମାନେ ପହଞ୍ଚି ପରିସ୍ଥିତି ଉପରେ କଡା ନଜର ରଖିଛନ୍ତି । ତେବେ ବନ୍ଦ ସମୟରେ ଅତି ଜରୁରୀ ସେବା ସହ ଜଡ଼ିତ ଯାନବାହନ ଓ ନାଗରିକଙ୍କ ପାଇଁ ସମସ୍ତ ସୁବିଧା କରାଯାଇଥିବା ଆନ୍ଦୋଳନକାରୀ ସୂଚନା ଦେଇଛନ୍ତି ।


ସେହପରି କଳାହାଣ୍ଡିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ଓ ବିଭିନ୍ନ ହିନ୍ଦୁ ସଂଗଠନମାନଙ୍କ ପକ୍ଷରୁ ସକାଳ ୬ ଠାରୁ ଭବାନୀପାଟଣା ସହରରରେ ପିକେଟିଂ କରି ସମସ୍ତ ଦୋକାନ ବଜାର ବନ୍ଦ କରାଇବା ସହ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରାଇଥିଲେ । ସହରର ନକଟିଗୁଡା, ଘୋଡାଘାଟ ଛକ, କଲେଜ ଛକ, ଗାନ୍ଧୀ ଛକରେ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରିଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ରାଉରକେଲା ସହରରେ ମଧ୍ୟ ବନ୍ଦ ପାଳନ କରାଯାଉଛି । ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ ଆଜି ବନ୍ଦର ପ୍ରଭାବ ଦେଖିବାକୁ ମିଳିନାହିଁ। କେବଳ ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ ଟାଉନରେ ଏହାର ପ୍ରଭାବ କଡାକଡି ଭବରେ ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ରାଉରକେଲା ସହର ଏବଂ ବଣାଇ ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳି ନାହିଁ। ରାଉରକେଲା ସହର ସମେତ ବଣାଇ ଅଞ୍ଚଳରେ ଆଜି ବିଶ୍ୱ ହିନ୍ଦୁ ପରିଷଦର ବନ୍ଦ ଡାକରା ସମ୍ପୂର୍ଣ୍ଣ ଫେଲ ମାରିଛି । କେବଳ ସୁନ୍ଦରଗଡ଼ ସହରରେ କଡାକଡି ଭାବରେ ଶାନ୍ତି ପୂର୍ଣ୍ଣ ରୂପରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।



ଇଟିଭି ଭାରତ, ବୌଦ୍ଧ/ସୁନ୍ଦରଗଡ/କଳାହାଣ୍ଡି

ABOUT THE AUTHOR

...view details