ଓଡିଶା

odisha

ETV Bharat / state

ସନ୍ଦେହଜନକ ଅବସ୍ଥାରେ ବଜ୍ରକାପ୍ତା ଉଦ୍ଧାର

ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ପୁତୁନା ରିଜର୍ଭ ଜଙ୍ଗଲ ଅଞ୍ଚଳରୁ ସନ୍ଦେହଜନକ ଭାବରେ ଏକ ପ୍ଲାଷ୍ଟିକ ଡ୍ରମ ମଧ୍ୟରୁ ପ୍ରାୟ ଦଶ କିଲୋ ବିଶିଷ୍ଟ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି....

ସନ୍ଦେହଜନକ ଅବସ୍ଥାରେ ବିରାଟ ବଜ୍ରକାପ୍ତା ଉଦ୍ଧାର

By

Published : Oct 28, 2019, 10:32 PM IST

ବୌଦ୍ଧ: ଜିଲ୍ଲାର ବନ୍ୟପ୍ରାଣୀ ବିଭାଗରେ ଚାଞ୍ଚଲ୍ୟ । 10 କେଜି ବିଶିଷ୍ଟ ଏକ ବିରଳ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । କିନ୍ତୁ ବଜ୍ରକାପ୍ତାର ସୁରକ୍ଷା ଓ ପରବର୍ତ୍ତୀ ପଦକ୍ଷେପ କ'ଣ ହେବ ସେନେଇ ଗୋପନ ଯୋଜନା ପ୍ରସ୍ତୁତ କରାଯାଇଥିବା ଜଣାପଡିଛି ।

ସନ୍ଦେହଜନକ ଅବସ୍ଥାରେ ବିରାଟ ବଜ୍ରକାପ୍ତା ଉଦ୍ଧାର

ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ପୁତୁନା ରିଜର୍ଭ ଜଙ୍ଗଲ ଅଞ୍ଚଳରେ ବଜ୍ରକାପ୍ତାକୁ ନେଇ ଏକ ବଡ ଧରଣର ଡିଲ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବୌଦ୍ଧ ରେଞ୍ଜର ସଦଳବଳେ ଉକ୍ତ ଅଞ୍ଚଳରେ ଚଢାଉ କରିଥିଲେ । ଅନେକ ସମୟର ଖୋଜାଖୋଜି ପରେ ରାସ୍ତା ଉପରେ ସନ୍ଦେହ ଜନକ ଭାବରେ ଏକ ପ୍ଲାଷ୍ଟିକ ଡ୍ରମ ମଧ୍ୟରେ ପ୍ରାୟ ଦଶ କିଲୋ ବିଶିଷ୍ଟ ଏକ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ ବନବିଭାଗ । କିନ୍ତୁ ସେଠାରେ କୌଣସି ବ୍ୟକ୍ତିଙ୍କୁ ପାଇନଥିବା କହିଛନ୍ତି ରେଞ୍ଜର ।

ଏହି ବଜ୍ରକାପ୍ତା କେଉଁଠାରୁ ଆସିଲା, ଏହାର ସଂଖ୍ୟା କେତେ ଥିଲା, କିଏ ଏହାକୁ ଡ୍ରମ ଭିତରେ ରଖି କାହା ସହ ଡିଲ୍ କରୁଥିଲା, ଏବେ ବଜ୍ରକାପ୍ତାକୁ କେଉଁଠି ଛଡାଯିବ, ନା ପୁଣି କିଛି ବଡ ଧରଣର ଡିଲ ହେବ ଏପରି ଅନେକ ଗୁଡିଏ ଅସମାହିତ ପ୍ରଶ୍ନ ମୁଣ୍ଡ ଟେକିଛି ।

ଏହାସହ ଘଟଣା ସ୍ପଷ୍ଟ ପ୍ରମାଣିତ କରୁଛି ଯେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରକାପ୍ତାକୁ ନେଇ ଏକ ରାକେଟର ନେଟୱାର୍କ କାମ କରୁଛି । ଏଣୁ ତୁରନ୍ତ ଏଦିଗରେ ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ।

ସୂଚନା ମୁତାବକ, ଉଦ୍ଧାର ବଜ୍ରକାପ୍ତାକୁ ପୁରୁଣାକଟକ ରେଞ୍ଜର ଏକ ଅଜ୍ଞାତ ସ୍ଥାନରେ ରଖାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details