ଓଡିଶା

odisha

By

Published : Jul 7, 2020, 4:35 PM IST

ETV Bharat / state

ସାଳନ୍ଦୀ ନଦୀରେ ବୁଡିଗଲେ 4 ଯୁବକ, ଜଣେ ମୃତ

ଗାଧୋଇବା ବେଳେ ଅସାବଧାନତା ହେତୁ ଗୋଡ ଖସିଯିବାରୁ ସାଳନ୍ଦୀ ନଦୀରେ ବୁଡିଗଲେ 4 ଯୁବକ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅଧିକ ପଢନ୍ତୁ...

ଗୋଡ ଖସିଯିବାରୁ ନଦୀରେ ବୁଡିଗଲେ 4 ଯୁବକ, ଜଣେ ମୃତ
ଗୋଡ ଖସିଯିବାରୁ ନଦୀରେ ବୁଡିଗଲେ 4 ଯୁବକ, ଜଣେ ମୃତ

ଭଦ୍ରକ: ଅସାବଧାନତା ପାଇଁ ଖସିଗଲା ଗୋଡ । ନଦୀରେ ବୁଡିଗଲେ 4 ଯୁବକ । ଦମକଳ ବାହିନୀ ଦ୍ବାରା ଉଦ୍ଧାର ପରେ ହସ୍ପିଟାଲରେ ଆଖି ବୁଜିଲେ ଜଣେ ଯୁବକ । ଜିଲ୍ଲାର ଖଣ୍ଡତରା ଦେଇ ପ୍ରବାହିତ ସାଳନ୍ଦୀ ନଦୀରେ ଘଟିଛି ଘଟଣା ।

ଗୋଡ ଖସିଯିବାରୁ ନଦୀରେ ବୁଡିଗଲେ 4 ଯୁବକ, ଜଣେ ମୃତ

ଖବର ଅନୁଯାୟୀ 4 ଜଣ ଯୁବକ ଗାଧୋଉଥିବାବେଳେ ଅସାବଧାନତା ହେତୁ ଗୋଡ ଖସିଯିବାରୁ ସାଳନ୍ଦୀ ନଦୀରେ ବୁଡି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିରେ ସ୍ଥାନୀୟ ଲୋକେ ମଧ୍ୟ ସହୋଯାଗ କରିଥିଲେ ।

ବହୁ ପରିଶ୍ରମ ପରେ ବୁଡି ଯାଉଥିବା ସମସ୍ତ 4 ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଏହାପରେ ଜଣଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ 108 ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details