ଓଡିଶା

odisha

ETV Bharat / state

ମଦ ବିରୋଧରେ ତେଜିଲେ ମହିଳା, ଚୋରା ମଦ ବେପାରୀଙ୍କୁ ଗଛରେ ବାନ୍ଧି ପିଟିଲେ

ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଚଡଡିଆ ପଞ୍ଚାୟତରେ ଚାଲିଥିଲା ବେଆଇନ ମଦ କାରବାର । ଘଟଣାବିଷୟରେ ଜାଣିବା ପରେ ଦୁଇ ଜଣ ପୁରୁଷଙ୍କୁ ନିସ୍ତୁକ ମାଡ ମାରିଛନ୍ତି ମହିଳା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Feb 10, 2019, 6:29 PM IST

ଭଦ୍ରକ: ଗାଁ ଗାଁରେ ଚାଲିଛି ମଦ ବିରୋଧି ଆନ୍ଦୋଳନ । ଦିନ ରାତି ଏକ କରି ଭାଙ୍ଗି ଚାଲିଛନ୍ତି ମଦ ଭାଟି । କେବଳ ମଦ ଭାଟି ନୁହେଁ, ଚୋରା ମଦ ବେପାରୀଙ୍କୁ ମଧ୍ୟ ଛାଡୁନାହାଁନ୍ତି ମହିଳା ଗୋଷ୍ଠୀ । କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ଚଡଡିଆ ପଞ୍ଚାୟତରେ । ଜଣେ ଚୋରା ମଦ ବେପାରୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଛନ୍ତି ସ୍ଥାନୀୟ ମହିଳା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
ସୂଚନାଯୋଗ୍ୟ, ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଚଡଡିଆ ପଞ୍ଚାୟତରେ ଚାଲିଥିଲା ବେଆଇନ ମଦ କାରବାର । ତେବେ ଘଟଣାବିଷୟରେ ଜାଣିବାକୁ ପାଇବା ପରେ ରବିବାର ଚୋରା ମଦ କାରବାର ଚାଲିଥିବା ସ୍ଥାନରେ ପହଞ୍ଚିଥିଲେ ମହିଳାମାନେ । ସେଠାରେ ସେମାନେ ଦୁଇ ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଅଟକ ରଖିବା ସହ ବେଆଇନ ଚୋରା ମଦକୁ ଜବତ କରିଛନ୍ତି ।

ଏଥିସହ ଅଟକ ରଖାଯାଇଥିବା ଦୁଇ ପୁରୁଷଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ ।

ସେପଟେ, ଘଟଣା ବିଷୟରେ ସୂଚନା ପାଇ ଘଟଣାସ୍ଥଳରେ ସ୍ଥାନୀୟ ସରପଞ୍ଚ ପହଞ୍ଚି ପୋଲିସକୁ ଖବର ଦିଆଯାଇଥିଲା । ଏଥିସହ ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ


ABOUT THE AUTHOR

...view details