ଭଦ୍ରକ:ମଦ ମୁକ୍ତ ହେବ ଖଣ୍ଡତରା ପଞ୍ଚାୟତ। କୌଣସି ପରିସ୍ଥିତିରେ ପଞ୍ଚାୟତରେ କେହି ମଦ ପିଇ ମାତାଲ ହୋଇ ପାରିବେ ନାହିଁ କି ବେଆଇନ ଭାବେ ଚୋରା ମଦ କାରବାର କରିପାରିବେ ନାହିଁ । ପଞ୍ଚାୟତରୁ ସମ୍ପର୍ଣ୍ଣ ମଦକୁ ବାରଣ କରିବାକୁ ଏବେ ଏପରି ଶପଥ କରିଛନ୍ତି ସ୍ଥାନୀୟ ମହିଳା । ଏନେଇ ଭଦ୍ରକ ଜିଲ୍ଲାପାଳ ଏବଂଆରକ୍ଷୀ ଅଧିକ୍ଷକଙ୍କୁ ଏକ ଏକ ଦାବିପତ୍ର ପ୍ରଦାନ ଖଣ୍ଡତରା ପଞ୍ଚାୟତର ମହିଳାମାନେ ।
ସୂଚନା ଅନୁଯାୟୀ ଭଦ୍ରକ ଖଣ୍ଡତରା ପଞ୍ଚାୟତ ଅଧୀନରେ ଥିବା ଆହାରପଦା ଗ୍ରାମରେ ବ୍ୟାପକ ଭାବେ ବେଆଇନ ଉପାୟରେ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ସେହି ପଞ୍ଚାୟତର ଜନୈକ ବ୍ଯକ୍ତି ଚୋରାରେ ମଦ ତଥା ଅନ୍ୟାନ୍ୟ ନିଶା ଦ୍ରବ୍ୟ ଆଣି ଏକ କ୍ୟାବିନରେ ଗଚ୍ଛିତ ରଖ ବିକ୍ରି କରନ୍ତି। ଫଳରେ ସ୍ଥାନୀୟ କିଛି ଲୋକ ତଥା ବିଶେଷକରି ଯୁବକ ମାନେ ସେଠାରୁ ମଦ କ୍ରୟ କରି ପିଇବା ସହିତ ବିଭିନ୍ନ ଅପରାଧିକ ଘଟଣା ଘଟାଉଛନ୍ତି । ଏଥିସହ ସ୍ଥାନୀୟ ଯୁ ବତୀ ତଥା ମହିଳା ମାନଙ୍କୁ ଅଶ୍ଲୀଳ ଇଙ୍ଗିତ କରୁଥିବା ବାରମ୍ଭାର ଅଭିଯୋଗ ହୋଇ ଆସୁଥିଲା। ଏହାକୁ ପ୍ରତିବାଦ କରି ଚୋରା ତଥା ବେଆଇନ ଭାବେ ମଦ ବିକ୍ରୀ କରୁଥିବା ବେପାରୀଙ୍କୁ ଏହିପରି କାର୍ଯ୍ୟରୁ ନିବୃତ୍ତ ହେବା ପାଇଁ ଚେତାବନୀ ଦେଇଥିଲେ ସ୍ଥାନୀୟ ମହିଳା । କିନ୍ତୁ କୌଣସି ସୁଫଳ ମିଳି ନମିଳିବାରୁ ଗ୍ରାମର ମହିଳାମାନେ ଗୁଜିଦରଡା ଫାଣ୍ଡି ତଥା ଅବକାରୀ ବିଭାଗକୁ ବାରମ୍ବାର ଜଣାଇଥିଲେ। ଏହା ସତ୍ତ୍ବେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବେଆଇନ ମଦ ବେପାରୀଙ୍କ ଠାରୁ ବଟି ନେଇ ଅବକାରୀ ବିଭାଗ ଚୁପ ବସୁଥୁବା ମହିଳାମାନେ ଅଭିଯୋଗ କରିଥିଲେ।
ଫଳରେ ସ୍ଥାନୀୟ ମହିଳା ମାନେ ଏଥିରେ ଅତିଷ୍ଠ ହୋଇ ଏକତ୍ରୀତ ଭାବେ ଘରୁ ବାହାରି ଏହାର ପ୍ରତିବାଦ କରିଥିଲେ। ଏହାପରେ ବେଆଇନ ମଦ ବେପାରୀ ଏବଂ ମହିଳା ମାନଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ଏବଂ ପରେ ବିବାଦ ତୀବ୍ର ହୋଇଥିଲା। ଯାହା ଫଳରେ ସ୍ଥାନୀୟ ଅଞ୍ଚଳ ଏକ ପ୍ରକାରର ରଣ କ୍ଷେତ୍ରରେ ପରିଣତ ହୋଇଯାଇଥିଲା। ଶେଷରେ ଚୋରା ତଥା ବେଆଇନ ଭାବେ ବିଭିନ୍ନ ମଦ ତଥା ଅନ୍ୟାନ୍ୟ ନିଶାଦ୍ରବ୍ୟ ଗଚ୍ଛିତ ଥିବା କ୍ୟାବିନକୁ ଭଙ୍ଗାରୁଜା କରିବା ସହ ମଦ ନଷ୍ଟ କରି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ମହିଳା ମାନେ।