ଓଡିଶା

odisha

By

Published : Aug 1, 2020, 9:49 PM IST

ETV Bharat / state

ଅଗଷ୍ଟ 31 ଯାଏଁ ଭଦ୍ରକରେ ସାପ୍ତାହିକ ସଟଡାଉନ

କୋରୋନା ସଂକ୍ରମଣ ଚେନ ରୋକିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ନେଇଛି ଏକ ବଡ଼ ନିଷ୍ପତ୍ତି । ଚଳିତ ମାସ ଜିଲ୍ଲାରେ ଅନଲକ 3 ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସାପ୍ତାହିକ ସଟଡାଉନ ଜାରି ରହିବା ନେଇ ସ୍ପଷ୍ଟ ହୋଇଛି ।

corona situation in bhadrak, corona update in bhadrak, weekly shutdown in bhadrak, bhadrak latest news, ଭଦ୍ରକରେ କୋରୋନା ସ୍ଥିତି, ଭଦ୍ରକରେ କୋରୋନା ଅପଡେଟ, ଭଦ୍ରକରେ ସାପ୍ତାହିକ ସଟଡାଉନ, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌
ଅଗଷ୍ଟ 31 ଯାଏଁ ଭଦ୍ରକରେ ସାପ୍ତାହିକ ସଟଡାଉନ

ଭଦ୍ରକ: କୋରୋନା ସଂକ୍ରମଣ ଚେନ ରୋକିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ନେଇଛି ଏକ ବଡ଼ ନିଷ୍ପତ୍ତି । ଚଳିତ ମାସ ଜିଲ୍ଲାରେ ଅନଲକ 3 ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସାପ୍ତାହିକ ସଟଡାଉନ ଜାରି ରହିବା ନେଇ ସ୍ପଷ୍ଟ ହୋଇଛି । ଏହି ନିୟମ ଅନୁଯାୟୀ ସନ୍ଧ୍ୟା 6ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏଥିସହ ରାତି 7ଟାରୁ କର୍ଫ୍ୟୁ ଜାରି ରହିବ। ସେପଟେ ସାପ୍ତାହିକ ସଟଡାଉନରୁ ରାଜ୍ୟ ସରକାର ଭଦ୍ରକ ଜିଲ୍ଲାକୁ ବାଦ କରିଥିଲେ ହେଁ ଜିଲ୍ଲାରେ ପ୍ରତ୍ୟେକ ଶନିବାର ଓ ରବିବାର 2 ଦିନିଆ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ଅଗଷ୍ଟ 31 ଯାଏଁ ଭଦ୍ରକରେ ସାପ୍ତାହିକ ସଟଡାଉନ
ଅଗଷ୍ଟ 31 ଯାଏଁ ଭଦ୍ରକରେ ସାପ୍ତାହିକ ସଟଡାଉନ

ଏହି ସଟଡାଉନ ଚଳିତ ମାସ 31 ତାରିଖ ଯାଏଁ ଲାଗୁ ହେବ। ଏଥିସହ ନୂଆ ଗାଇଡଲାଇନ ଅନୁସାରେ ସପ୍ତାହର ଅନ୍ୟ ଦିନମାନଙ୍କରେ ସନ୍ଧ୍ୟା 6ଟା ଯାଏଁ, ନିର୍ଦ୍ଦିଷ୍ଟ କଟକଣା ସହ ଦୋକାନ ବଜାର ଖୋଲା ରହିବା ନେଇ ଅନୁମତି ଦିଆଯାଇଛି । ତେବେ ଜିଲ୍ଲାରେ ରାତ୍ରି କର୍ଫ୍ୟୁ ସନ୍ଧ୍ୟା 7ଟାରୁ ସକାଳ 5ଟା ଯାଏଁ ରହିବ। କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ ।

ଅଗଷ୍ଟ 31 ଯାଏଁ ଭଦ୍ରକରେ ସାପ୍ତାହିକ ସଟଡାଉନ
ଅଗଷ୍ଟ 31 ଯାଏଁ ଭଦ୍ରକରେ ସାପ୍ତାହିକ ସଟଡାଉନ

ସେପଟେ ଜିଲ୍ଲାରେ ଅଗଷ୍ଟ 5ରୁ ସର୍ତ୍ତମୂଳକ ଭାବେ ଜିମ୍ ଓ ଯୋଗ କେନ୍ଦ୍ର ଖୋଲାଯିବ। ହେଲେ ଧାର୍ମିକ ଅନୁଷ୍ଠାନ, ସ୍କୁଲ, କଲେଜ ଓ ସିନେମା ହଲ ଆଦି ବନ୍ଦ ରହିବ। ତେବେ ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି । କୋଭିଡ଼ ନିୟମ ଉଲ୍ଲଂଘନ କଲେ ଜୋରିମାନା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ଅଗଷ୍ଟ 31 ଯାଏଁ ଭଦ୍ରକରେ ସାପ୍ତାହିକ ସଟଡାଉନ

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details