ଓଡିଶା

odisha

ETV Bharat / state

ଚରମ ସୀମାରେ ଗୋଷ୍ଠୀ କନ୍ଦଳ: 15 ଆହତ, ଭାଙ୍ଗିଲା 10 ଗାଡି

ଭଦ୍ରକ: ନିର୍ବାଚନ ଯେତେ ପାଖେଇଆସୁଛି, ରାଜନୈତିକ ଦଳଙ୍କ ରାଜନୀତି ରକ୍ତଚାପ ସେତେ ବଢୁଛି । ନିର୍ବାଚନକୁ ଯିବାପୂର୍ବରୁ ସମସ୍ତ ଦଳ ପାଇଁ ଡ୍ୟାମେଜ କଣ୍ଟ୍ରୋଲ ବଡ ସମସ୍ୟା ଭାବେ ଉଭା ହୋଇଛି । ଆଉ ଆଜି ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ।

By

Published : Mar 2, 2019, 7:27 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଚାନ୍ଦବାଲି ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ଦଳୀୟ ସଭା ଦୁର୍ଗାପୂଜା ପଡିଆରେ ଆୟୋଜନ କରାଯାଇଥିଲା । ଏହି ସ୍ଥାନକୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଦଳୀୟ କର୍ମୀ ଛୁଟିଥଲେ ।

ସୂଚନା ଅନୁସାରେ ଏକ ଦଳୀୟ ଗୋଷ୍ଠୀ ଯଶିପୁରରୁ ବାହାରି ସଭା ଅଭିମୁଖେ ଆସୁଥିଲେ, ଏହାକୁ ବିରୋଧ କରିଥିଲେ ପୂର୍ବରୁ ଚାନ୍ଦବାଲି କଲେଜ ସମ୍ମୁଖରେ ଥିବା ଅନ୍ୟ ଏକ ଗୋଷ୍ଠୀ । ତୁମେ କେଉଁଗୋଷ୍ଠୀର ? ବିଧାୟକଙ୍କ ବ୍ୟାନର କାହିଁ ? ଏମିତି ଯୁକ୍ତି ତର୍କରୁ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଉଭୟ ଗୋଷ୍ଠୀଙ୍କ ଆକ୍ରମଣ ପ୍ରତିଆକ୍ରମଣରେ ପ୍ରାୟ 15 ଜଣ ଆହତ ହୋଇଥିବା ବେଳେ 10ଟି ଗାଡି ଭାଙ୍ଗି ଯାଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ନ୍ୟୁଜ

For All Latest Updates

ABOUT THE AUTHOR

...view details