ଓଡିଶା

odisha

By

Published : Feb 16, 2022, 1:14 PM IST

ETV Bharat / state

Panchayat Election: ବୁଥ ପରିସରରେ ଉତ୍ତେଜନା, ବନ୍ଦ ରହିଛି ମତଦାନ

ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପ୍ରର୍ଯ୍ୟାୟ ମତଦାନ। ଏହାରି ଭିତରେ ଭଦ୍ରକ ବ୍ଲକ ଅନ୍ତର୍ଗତ ଆମ୍ବରୋଳି ଗ୍ରାମପଞ୍ଚାୟତର ବୁଥ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ

violence in polling booth in bhadrak
ମତଦାନ ବେଳେ ବୁଥ ପରିସରରେ ଉତ୍ତେଜନା

ଭଦ୍ରକ: ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପ୍ରର୍ଯ୍ୟାୟ ମତଦାନ। ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ଚୟନ କରି ଜନତା ମତଦାନ କରୁଛନ୍ତି। ଏହାରି ଭିତରେ ଭଦ୍ରକ ବ୍ଲକ ଅନ୍ତର୍ଗତ ଆମ୍ବରୋଳି ଗ୍ରାମପଞ୍ଚାୟତର ଏକ ବୁଥ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି।

ମତଦାନ ବେଳେ ବୁଥ ପରିସରରେ ଉତ୍ତେଜନା

ଖବର ଅନୁଯାୟୀ ଆମ୍ବରୋଳି ଗ୍ରାମପଞ୍ଚାୟତ ତଳାଙ୍ଗ 2 ନମ୍ବର ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି ଘଟଣାକୁ କେନ୍ଦ୍ର କରି ପ୍ରଥମେ କଥା କଟାକଟି ହୋଇଥିଲା। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯାହା ଫଳରେ ବହୁ ସମୟ ଧରି ମତଦାନ ବନ୍ଦ ରହିଛି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details