ଓଡିଶା

odisha

ETV Bharat / state

କଶିଆ ସାମୁଦ୍ରିକ ଥାନାରେ ଲଙ୍କାକାଣ୍ଡ ଘଟଣା, ଗାଁ ଛାଡିଲେ ଲୋକେ

ଭଦ୍ରକ ଜିଲ୍ଲା କଶିଆ ସାମୁଦ୍ରିକ ଥାନାରେ ଲଙ୍କାକାଣ୍ଡ ଘଟଣା ପରେ ଗାଁ ଛାଡିଲେ ଲୋକେ । ଗିରଫଦାରୀ ଭୟରେ କେତେକ ଗ୍ରାମବାସୀ ବାହାର ରାଜ୍ୟକୁ ପଳେଇଯାଇଥିବା ସୂଚନା ମିଳିଛି ।

By

Published : Mar 26, 2019, 9:26 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ

ଭଦ୍ରକ: କଶିଆ ସାମୁଦ୍ରିକ ଥାନାରେ ଲଙ୍କାକାଣ୍ଡ ଘଟଣା । ଗିରଫଦାରୀ ଭୟରେ ଗାଁ ଛାଡିଲେ ଲୋକେ । କେତେକ ଗ୍ରାମବାସୀ ବାହାର ରାଜ୍ୟକୁ ପଳେଇ ଯାଇଥିବାବେଳେ ଆଉ କିଛି ଗାଁ ଛାଡ଼ି ଅନ୍ୟତ୍ର ଆତ୍ମଗୋପନ କରିଥିବା ସୂଚନା ମିଳିଛି । ଫଳରେ ପୁରା ଗାଁ ମହିଳା ଓ ପୁରୁଷଶୂନ୍ୟ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ ଜିଲ୍ଲା ବାସୁଦେବପୁର ସାମୁଦ୍ରିକ ଥାନାରେ ସ୍ଥାନୀୟ ଗ୍ରାମବାସୀଙ୍କ ଲଙ୍କାକାଣ୍ଡ ପରେ ବିନୋବଭାବେଗାଁ ଶୂନସାନ ହୋଇଥିବା ଦେଖିବାକୁ ମିଳିଛି। ଗାଁରେ ପ୍ରାୟ ଅନେକ ଘରେ ତାଲା ଝୁଲୁଥିବାବେଳେ ଗାଁ ସାରା ପୋଲିସ ପଇଁତରା ମାରୁଥିବା ଦେଖିବାକୁ ମିଳିଛି । ଗାଁରେ କେବଳ ବୃଦ୍ଧବୃଦ୍ଧା ଏବଂ ଛୋଟ ପିଲାଙ୍କୁ ଛାଡି ଦେଲେ ଆଉ କେହି ମହିଳା କି ପୁରୁଷଙ୍କୁ ଦେଖିବାକୁ ମିଳିନାହିଁ ।

ତେବେ କଶିଆ ସାମୁଦ୍ରିକ ଥାନାରେ ଭଙ୍ଗାରୁଜା ଘଟଣା ପରେ ପୋଲିସ ବିନୋବଭାବେ ନଗର ଗାଁରୁ 48 ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details