ଓଡିଶା

odisha

ETV Bharat / state

ଆନ୍ଦୋଳନକାରୀଙ୍କ ରାସ୍ତାରୋକରେ ଫସିଲେ ମନ୍ତ୍ରୀ ପଦ୍ମନାଭ - ଆନ୍ଦୋଳକାରୀଙ୍କ ମଧ୍ୟରେ ଫସିଲେ ପଦ୍ମନାଭ

ଆନ୍ଦୋଳନକାରୀଙ୍କ ଆନ୍ଦୋଳନରେ ଫସିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକରେ ଫସିଲେ ମନ୍ତ୍ରୀ ।

transport minister in between protest
ଆନ୍ଦୋଳକାରୀଙ୍କ ମଧ୍ୟରେ ଫସିଲେ ପଦ୍ମନାଭ

By

Published : Jan 4, 2020, 10:33 PM IST


ଭଦ୍ରକ: ଆନ୍ଦୋଳନକାରୀଙ୍କ ଆନ୍ଦୋଳନରେ ଫସିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସୂଚନାନୁଯାୟୀ, ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ନିକଟରେ ଆଜି (ଶନିବାର) ଏକ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ପରେ ଏହାକୁ ନେଇ ଉତ୍ୟକ୍ତ ଲୋକେ ରାଣୀତାଲ ଠାରେ ଜାତୀୟ ରାଜପଥ ଅବରୋଧ କରିବାରୁ ମନ୍ତ୍ରୀ ଫସିଥିଲେ ।

ଆନ୍ଦୋଳକାରୀଙ୍କ ମଧ୍ୟରେ ଫସିଲେ ପଦ୍ମନାଭ

ପରେ ଆନ୍ଦୋଳନକାରୀ ମନ୍ତ୍ରୀଙ୍କ ଗାଡି ଅଟକାଇ ରାଣୀତାଲରେ ଅଣ୍ଡର ପାସ ନିର୍ମାଣ ଦାବି ଉପସ୍ଥାପନ କରିଥିଲେ । ପ୍ରକାଶଥାଉକି, ରାଣୀତାଲରେ ଅଣ୍ଡର ପାସ ନିର୍ମାଣ ଦାବି ନେଇ ଗତ ଡିସେମ୍ବର 24 ତାରିଖରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା । ରାଣୀତାଲ ବିକାଶ ମଞ୍ଚ ଆହ୍ୱାନରେ ଏହି ଆନ୍ଦୋଳନକୁ ସମର୍ଥନ କରୁଥିବା ରାଣୀତାଲ ବଜାର କମିଟି, ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ, ସାହିତ୍ୟ ଘର ଓ ଏପିଜେ ଅବଦୁଲ କାଲାମ ଟ୍ରଷ୍ଟର କର୍ମକର୍ତ୍ତାମାନେ ଗତ 11ଦିନ ହେବ ରାଣିତାଲରେ ୧୬ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାମକୁ ବନ୍ଦ ରଖିଛନ୍ତି ।

ପ୍ରମୂଖ ଦଳର ନେତା ବିଭିନ୍ନ ସମୟରେ ସଭା ସ୍ଥଳିରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ନୈତିକ ସମର୍ଥନ ଯୋଗାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନା ଜାତୀୟ ରାଜପଥ କର୍ତ୍ତୁପକ୍ଷ କେହି ବି ଆଲୋଚନାକୁ ଆସୁ ନାହାନ୍ତି । ଫଳରେ ଏହି ଘଟଣା ଘଟିବା ପରେ ଲୋକମାନେ ମନ୍ତ୍ରୀଙ୍କୁ ଅଟକାଇ ନିଜର ଦାବି ରଖିଥିଲେ । ତେବେ ଏନେଇ ବିହୀତ ପଦକ୍ଷେପ ନିଶ୍ଚିତ ଭାବେ ଗ୍ରହଣ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିଶୃତି ଦେଇଥିଲେ । ଅନ୍ୟପକ୍ଷରେ ଦାବୀ ପୂରଣ ନହେଲେ, ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details