ଭଦ୍ରକ: ଟ୍ରେନରୁ ସୁନା ଗହଣା ଲୁଟାପାଟ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଏହାର ଚେର ଲମ୍ବିଛି ମଧ୍ୟପ୍ରଦେଶରୁ ଭଦ୍ରକ ଜିଲ୍ଲା ଧାମନଗର ପର୍ଯ୍ୟନ୍ତ । ମଧ୍ୟପ୍ରଦେଶ ପୋଲିସ ଓ ଜିଆରପି ପୋଲିସର ମିଳିତ ଚଢ଼ାଉ ଓ ଗିରଫଦାରୀ ପରେ ଏହି ଖବର ସାମ୍ନାକୁ ଆସିଛି ।
ଟ୍ରେନରୁ ସୁନା ଚୋରି ଘଟଣା, ମଧ୍ୟପ୍ରଦେଶରୁ ଧାମନଗରକୁ ଲମ୍ବିଛି ଚେର - robbery case
ଟ୍ରେନରୁ ସୁନା ଗହଣା ଲୁଟାପାଟ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଏହାର ଚେର ଲମ୍ବିଛି ମଧ୍ୟପ୍ରଦେଶରୁ ଭଦ୍ରକ ଜିଲ୍ଲା ଧାମନଗର ପର୍ଯ୍ୟନ୍ତ । ଅଧିକ ପଢନ୍ତୁ...
ଖବର ଅନୁଯାୟୀ ଭଦ୍ରକ ଜିଲ୍ଲାରେ ମଧ୍ୟପ୍ରଦେଶର ପୋଲିସ ଓ ଜିଆରପି ପୋଲିସ ଦୀର୍ଘ ଦିନ ହେବ ଡେରା ପକାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିଲେ । ଟ୍ରେନରେ ଯାତ୍ରୀଙ୍କ ସୁନା ଗହଣା ଚୋରିର ରାକେଟକୁ ଧରିବା ପରେ ଅଭିଯୁକ୍ତଙ୍କ ବୟାନକୁ ଆଧାର କରି ଉଭୟ ଟିମ ଭଦ୍ରକରେ ପହଞ୍ଚିଥିଲେ । ଭଦ୍ରକ ଜିଲ୍ଲାର ରାନ୍ଦିଆ ଠାରେ ପ୍ରଥମେ ଜଣେ ଅଭିଯୁକ୍ତକୁ ଧରିଥିବା ସୂଚନା ମିଳିଛି । ତେବେ ସେହି ଅଭିଯୁକ୍ତର ସୂଚନା ମୁତାବିକ, ଟ୍ରେନରେ ଚୋରି ହେଉଥିବା ସୁନା ବିକ୍ରି ନେଇ ସୂଚନା ମିଳିବା ପରେ ପୋଲିସ ଧାମନଗର ଥାନା ଖରାଖାଇ ଗାଁର ଶ୍ରୀଧର ସାହୁ ନାମକ ଯୁବକକୁ ଅଟକ ରଖି ପଚରାଉଚରା କରିଥିଲା । ଯୁବକଙ୍କୁ ହେପାଜତକୁ ନେଇ ବୟାନକୁ ଆଧାର କରି ବାରିକପୁର ବଜାରରେ ଥିବା ଏକ ସୁନା ଦୋକାନରେ ଚଢ଼ାଉ କରିଥିଲା । ବିକ୍ରି ହୋଇଥିବା ଚୋରା ସୁନା ଜବତ କରିଥିଲା । ତେବେ ମଧ୍ୟପ୍ରଦେଶ ପୋଲିସ ଓ ଜିଆରପି ପୋଲିସ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଥିବା ସୂଚନା ମିଳିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ