ଓଡିଶା

odisha

By

Published : Feb 11, 2023, 10:21 PM IST

ETV Bharat / state

ଭାରସାମ୍ୟ ହରାଇ ଗଛକୁ ପିଟିଲା ତୀର୍ଥଯାତ୍ରୀ ବସ, ଅଳ୍ପକେ ବର୍ତ୍ତିଲେ 40 ଯାତ୍ରୀ

କେଲକତାରୁ ପୁରୀ ଅସୁଥିବା ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ । ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ବସରେ ଥିବା ୪୦ଜଣ ଯାତ୍ରୀ । ଅଧିକ ପଢ଼ନ୍ତୁ

କେଲକତାରୁ ପୁରୀ ଅସୁଥିବା ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ
କେଲକତାରୁ ପୁରୀ ଅସୁଥିବା ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ

କେଲକତାରୁ ପୁରୀ ଅସୁଥିବା ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ

ଭଦ୍ରକ: ଦୁର୍ଘଟଣା ଗ୍ରସ୍ତ ହେଲା ତୀର୍ଥ ଯାତ୍ରୀବାହୀ ବସ । ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ବସ ରେ ଥିବା ୪୦ ଜଣ ତୀର୍ଥଯାତ୍ରୀ। ୪୦ ଜଣ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି। ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଯୋରାଗଡ଼ିଆ ନିକଟରେ ଏକ ଟ୍ରକ ଛିଡା ହୋଇଥିଲା। ତେବେ କୋଲକତାରୁ ପୁରୀ ଅଭିମୁଖେ ଏହି ତୀର୍ଥଯାତ୍ରୀ ବସଟି ଯାଉଥିବା ବେଳେ କୌଣସି କାରଣରୁ ଭାରସାମ୍ଯ ହରାଇ ଛିଡା ହୋଇଥିବା ଟ୍ରକ କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସଟିର ସମ୍ମୁଖ ଅଂଶ ଭାଙ୍ଗି ଯିବା ସହ ଯାତ୍ରୀ ମାନେ ଦୁର୍ଘଟଣା ର ଶିକାର ହୋଇଥିଲେ।

ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଦୁର୍ଘଟଣାଗ୍ରସ୍ତ ଯାତ୍ରୀ ମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ କରିବା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ବସ ରେ ଥିବା କିଛି ଯାତ୍ରୀ ସୁସ୍ଥ ହୋଇ ନିଜନିଜ ଅଞ୍ଚଳକୁ ଫେରି ଯାଇଥିବା ସୂଚନା ମିଳିଛି। ତେବେ ଏନେଇ ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ବସ ର ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାପଡିଛି।

ତେବେ କିଛି ଦିନ ତଳେ ସମାନ ଘଟଣା ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଥିଲା । ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଗଛରେ ପିଟିହେଲା ଯାତ୍ରୀବାହୀ ବସ । ଫଳରେ ୬ଜଣ ଯାତ୍ରୀ ଆହତ ହେଉଥିବା ବେଳେ ଏକ ବଡ ବିପଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ଆହତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ସୂଚନାଅନୁସାରେ, ଛତିଶଗଡ଼ ଅଞ୍ଚଳର ଚାଳିଶ ଜଣ ତୀର୍ଥଯାତ୍ରୀ ପୁରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ବଲାଙ୍ଗୀରର ନୃସିଂହନାଥଙ୍କ ଦର୍ଶନ କରିବାକୁ ଯାଉଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା ବସ । ବୌଦ୍ଧର ହରେକୃଷ୍ଣପୁର ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ବସରେ ସମୁଦାୟ ୪୦ ଜଣ ଯାତ୍ରୀ ରହିଥିଲେ । ଦୁର୍ଘଟଣାରେ ୬ଜଣ ଯାତ୍ରୀ ଆହତ ହୋଇଥିଲେ । ପୋଲିସ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details