ଓଡିଶା

odisha

By

Published : Nov 14, 2020, 3:10 PM IST

ETV Bharat / state

ଆଜି ବେଦମାତା ବେଶରେ ପୂଜା ପାଉଛନ୍ତି ମା' ଭଦ୍ରକାଳୀ

ଅଧିଷ୍ଠାତ୍ରୀ ମା' ଭଦ୍ରକାଳୀଙ୍କ ପୀଠରେ ଶନିବାର ଠାରୁ ଆରମ୍ଭ ହୋଇଛି କାଳୀପୂଜା । ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' କାଳୀ । ଅଧିକ ପଢନ୍ତୁ...

Today Maa Bhadrakali worships in Bedmata form
ଆଜି ବେଦମାତା ବେଶରେ ପୂଜା ପାଉଛନ୍ତି ମା' ଭଦ୍ରକାଳୀ

ଭଦ୍ରକ: ଜିଲ୍ଲାର ଅଧିଷ୍ଠାତ୍ରୀ ମା' ଭଦ୍ରକାଳୀଙ୍କ ପୀଠରେ ଶନିବାରଠାରୁ ଆରମ୍ଭ ହୋଇଛି କାଳୀପୂଜା । ତେବେ ମା' ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଥିବାବେଳେ ଶନିବାର ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । କୋରୋନା କଟକଣା ସହିତ ମା'ଙ୍କ ପୂଜାର୍ଚ୍ଚନା ହେଉଥିବ ସୂଚନା ମିିଳିଛି ।

ଆଜି ବେଦମାତା ବେଶରେ ପୂଜା ପାଉଛନ୍ତି ମା' ଭଦ୍ରକାଳୀ

ପରମ ବୈଷ୍ଣବୀ ମା' ଭଦ୍ରକାଳି ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ହେଲେ ଜଗତ କଲ୍ୟାଣ ପାଇଁ କାଳୀପୂଜାଠାରୁ ସାତ ଦିନ ଧରି ମା' ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ତେବେ ସପ୍ତମାତୃକା ବେଶର ପ୍ରଥମ ଦିନରେ ମା ବେଦମାତା ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ଏହି ଅବସରରେ ମା ଙ୍କୁ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଚଣ୍ଡିପାଠ ଅନୁଷ୍ଠିତ ହୋଇଛି।

କିନ୍ତୁ କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ ଫିକା ପଡିଛି ମା'ଙ୍କ ପୂଜା। କେବଳ ବିଧି ଅନୁଯାୟୀ ମା'ଙ୍କର ପୂଜା ଅନୁଷ୍ଠିତ ହେଉଛି । ମନ୍ଦିରରେ ମା'ଙ୍କ ଦର୍ଶନ ଲାଗି ଭକ୍ତମାନଙ୍କୁ ବାରଣ କରାଯାଇଛି । ବେଦମାତା ବେଶରେ ଭକ୍ତ ମାନେ ଦର୍ଶନ କଲେ ପରିବାରରେ ମଙ୍ଗଳ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ଆସନ୍ତାକାଲି ସପ୍ତମାତୃକା ବେଶର ଦ୍ଵିତୀୟ ଦିନରେ ମା' ମହାକାଳୀ ବେଶରେ ପୂଜା ପାଇବେ ବୋଲି ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details