ଓଡିଶା

odisha

ETV Bharat / state

ଝିଅକୁ ନ୍ୟାୟ ଦେବାକୁ ଏସପିଙ୍କ ଦ୍ବାରସ୍ଥ  ହେଲେ ଗର୍ଭବତୀ ନାବାଳିକାଙ୍କ ବାପା - ତିହିଡି ଥାନା

ନ୍ୟାୟ ପାଇଁ ପୋଲିସ ଏସପିଙ୍କ ଦ୍ବାରସ୍ଥ ହେଲେ ଗର୍ଭବତୀ ନାବାଳିକା ଓ ତାଙ୍କ ବାପା । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

ଭଦ୍ରକ: ଝିଅକୁ ନ୍ୟାୟ ଦେବାକୁ ଏସପି ଦ୍ବାରସ୍ତ ହେଲେ ଗର୍ଭବତୀ ନାବାଳିକାଙ୍କ ବାପା
ଭଦ୍ରକ: ଝିଅକୁ ନ୍ୟାୟ ଦେବାକୁ ଏସପି ଦ୍ବାରସ୍ତ ହେଲେ ଗର୍ଭବତୀ ନାବାଳିକାଙ୍କ ବାପା

By

Published : Nov 16, 2020, 10:48 PM IST

ଭଦ୍ରକ:ନ୍ୟାୟ ପାଇଁ ପୋଲିସ ଏସପିଙ୍କ ଦ୍ବାରସ୍ଥ ହେଲେ ଗର୍ଭବତୀ ନାବାଳିକା ଓ ତାଙ୍କ ବାପା’ । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନାବାଳିକା ମା'ଙ୍କ ମୃତ୍ୟୁ ପରେ ତାଙ୍କ ବାପା ଦ୍ବିତୀୟ ବିବାହ କରିଥିଲେ। ଏହାପରେ ଝିଅକୁ ସାବତ ମା' ପାଖରେ ଛାଡ଼ି ବାପା ଦୀର୍ଘ ଦିନ ହେବ ବାହାରେ ରହି କାମ କରୁଥିଲେ। ଏହାର ସୁଯୋଗ ନେଇ ନାବାଳିକାଙ୍କ ସାବତ ମା'ଙ୍କ ପ୍ରରୋଚନାରେ ଗାଁ ଦୁଇ ଯୁବକ ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ବାପା । ବର୍ତ୍ତମାନ ଝିଅଟି ଗର୍ଭବତୀ ହୋଇଥିବା ବେଳେ ଝିଅକୁ ନ୍ୟାୟ ଦେବାକୁ ଭଦ୍ରକ ପୋଲିସ ଏସପି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ନାବାଳିକା ଓ ତାଙ୍କ ବାପା ।

ଗତ ଏକ ବର୍ଷ ହେଲା ନାବାଳିକାଙ୍କ ବାପା ଓ ତାଙ୍କ ସାବତ ମା' ଅଲଗା ଅଲଗା ରହୁଛନ୍ତି। ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ। ଏଥିପାଇଁ ପ୍ରତିଶୋଧ ପରାୟଣ ହୋଇ ସାବତ ଝିଅ ସହ ଏଭଳି କରିଥିବା ଅଭିଯୋଗ ହୋଇଛି । ବାହାରେ କାମ କରି କିଛିଦିନ ପରେ ଘରକୁ ଫେରି ଏହା ଜାଣିବାକୁ ପାଇଥିଲେ ନାବାଳିକାଙ୍କ ବାପା। ଏହାପରେ ଦ୍ଵିତୀୟ ସ୍ତ୍ରୀଙ୍କ ସହ ଗାଁର ଦୁଇଜଣ ଯୁବକ ଝିଅ ସହ ଦୁଷ୍କର୍ମ କରିଥିବା ନେଇ ତିହିଡି ଥାନାରେ ଅଭିଯୋଗ କରିଥିଲେ । ତେବେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ଫଳରେ ଆଜି ବାଧ୍ୟ ହୋଇ ଭଦ୍ରକ ପୋଲିସ ଏସପିଙ୍କ ଦ୍ବାରସ୍ଥି ହୋଇଛନ୍ତି ଉଭୟ ନାବାଳିକା ଓ ତାଙ୍କ ବାପା । ସେପଟେ ନାବାଳିକାଙ୍କୁ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details