ଓଡିଶା

odisha

By

Published : Dec 10, 2019, 2:24 PM IST

ETV Bharat / state

ଶିକ୍ଷକ ବଦଳିକୁ ନେଇ ପିଲାଙ୍କ ପାଠପଢା ଠପ୍

ଭଦ୍ରକ ଜିଲ୍ଲା ସ୍କୁଲରେ ଶିକ୍ଷକ ବଦଳିକୁ ନେଇ ଗତ କିଛିଦିନ ଧରି ବାଦବିବାଦ ବଢିବାରେ ଲାଗିଛି । 3 ଜଣ ଶିକ୍ଷକଙ୍କୁ ବଦଳିକୁ ନେଇ କେତେକ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅଧିକ ଖବର ପଢନ୍ତୁ...

ଶିକ୍ଷକ ବଦଳିକୁ ନେଇ ପିଲାଙ୍କ ପାଠପଢାରେ ଡୋରି
ଶିକ୍ଷକ ବଦଳିକୁ ନେଇ ପିଲାଙ୍କ ପାଠପଢାରେ ଡୋରି

ଭଦ୍ରକ: ଜିଲ୍ଲା ସ୍କୁଲରେ ଶିକ୍ଷକ ବଦଳିକୁ ନେଇ ଗତ କିଛିଦିନ ଧରି ବାଦ ବିବାଦ ବଢିବାରେ ଲାଗିଛି । ଚଳିତ ଡିସେମ୍ବର 5 ତାରିଖରେ ଜିଲ୍ଲା ଶିକ୍ଷାଧିକାରୀ ବିଦ୍ୟାଳୟର 3 ଜଣ ଶିକ୍ଷକଙ୍କୁ ବଦଳି କରିଥିବାକୁ ନେଇ କେତେକ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଶିକ୍ଷକ ବଦଳିକୁ ନେଇ ପିଲାଙ୍କ ପାଠପଢାରେ ଡୋରି

ବଦଳି ନିର୍ଦ୍ଦେଶ ବାତିଲ ଦାବିରେ ଛାତ୍ରଛାତ୍ରୀ ମାନେ ପ୍ରଥମେ ବିଦ୍ୟାଳୟରେ ଓ ପରେ ବିଦ୍ୟାଳୟ ଠାରୁ ଶୋଭାଯାତ୍ରାରେ ଜିଲ୍ଳା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଜିଲ୍ଲା ଶିକ୍ଷାଧିକାରୀ ଛୁଟିରେ ଥିବାରୁ ଘଟଣାସ୍ଥଳରେ ପୁରୁଣାବଜାର ଥାନା ପୋଲିସ ସହିତ ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ପିଲାମାନଙ୍କୁ ବୁଝାସୁଝା କରିବା ପରେ ପିଲାମାନେ ଆନ୍ଦୋଳନରୁ ନିବୃତ୍ତ ହୋଇଥିବା ଜଣାପଡିଛି । ତେବେ ଏନେଇ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details