ଓଡିଶା

odisha

ETV Bharat / state

କାର୍ଯ୍ୟରେ ଯୋଗଦାନ ନ ହେବାରୁ ଧାରଣାରେ ଶିକ୍ଷୟତ୍ରୀ

ଛୁଟିରୁ ଫେରିବା ପରେ ଶିକ୍ଷୟତ୍ରୀଙ୍କୁ କାର୍ଯ୍ୟରେ ପ୍ରଧାନଶିକ୍ଷକ ଯୋଗ କରାଇ ଦେଇ ନାହାନ୍ତି । ଯାହା ଫଳରେ ଶିକ୍ଷୟତ୍ରୀ ଜଣକ ବିଦ୍ୟାଳୟରେ ଧାରଣାରେ ବସିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Aug 17, 2019, 1:49 AM IST

ଭଦ୍ରକ: ଛୁଟିରେ ଥିବା ଶିକ୍ଷୟତ୍ରୀଙ୍କୁ ପ୍ରଧାନ ଶିକ୍ଷକ କାର୍ଯ୍ୟରେ ଯୋଗଦାନ କରାଇ ନ ଦେବାରୁ ସେ ବିଦ୍ୟାଳୟରେ ଧାରଣାରେ ବସିଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ବ୍ଲକର ଏସଏସଜେଏସ ସରକାରୀ ଉଚ୍ଚ ବିଦ୍ୟାଳୟରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁସାରେ, ଜୁନିୟର ଶିକ୍ଷୟତ୍ରୀ ନିବେଦିତା ପାତ୍ର 2015 ମସିହାରେ ଶିକ୍ଷା ସହାୟକ ଭାବେ ବ୍ରଜାନନ୍ଦପୁର ଅପର ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲରେ ଚାକିରୀ ପାଇଥିଲେ। ହେଲେ ସେଠାରେ ବ୍ୟକ୍ତିଗତ ଭାବେ ତାଙ୍କୁ ହଇରାଣ କରାଯିବାରୁ ସେ 2016 ମସିହାରେ ଡେପୁଟେସନରେ ଏସଏସଜେଏସ ଉଚ୍ଚ ବିଦ୍ୟାଳୟକୁ ଆସିଥିଲେ। ହେଲେ ସେ ଛୁଟିରେ ଥିବାବେଳେ ତାଙ୍କ ଡେପୁଟେସନ କେନସଲ କରାଯାଇ ପୁଣି ସେହି ବିଦ୍ୟାଳୟକୁ ପଠାଯାଇଥିବା ଜାଣିବାକୁ ପାଇଥିଲେ ।

ଏହାପରେ ସେ ହାଇକୋର୍ଟର ଆଶ୍ରୟ ନେଇଥିଲେ। ହାଇକୋର୍ଟ ଏହା ଉପରେ ସ୍ଥିତାବସ୍ଥା ଜାରି କରିଥିଲେ। ପରେ ସେ ଏହି ଆଦେଶ ବଳରେ ନିବେଦିତା ଆଜି କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ। ହେଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାଙ୍କୁ ଉପସ୍ଥାନ ଖାତା ଦେଇ ନ ଥିଲେ ଦସ୍ତଖତ କରିବାକୁ। ଶିକ୍ଷୟତ୍ରୀ ଜଣକ ବିଦ୍ୟାଳୟ ଛୁଟି ହେବା ପର୍ଯ୍ୟନ୍ତ କ୍ଲାସ କରିଥିବାବେଳେ ତାଙ୍କୁ ଉପସ୍ଥାନ ଖାତା ଦିଆଯାଇ ନ ଥିଲା । ତେଣୁ ବାଧ୍ୟ ହେଇ ଶିକ୍ଷୟତ୍ରୀ ଜଣକ ବିଦ୍ୟାଳୟର କାର୍ଯ୍ୟାଳୟ ଭିତରେ ଧାରଣାରେ ବସିଥିଲେ। ତାଙ୍କ କଥା ବୁଝା ନହେବା ପର୍ଯ୍ୟନ୍ତ ସେ ଧାରଣାରେ ବସିବେ ବୋଲି କହିଛନ୍ତି। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details