ଓଡିଶା

odisha

ETV Bharat / state

ମୋ ସ୍କୁଲ ଅଭିଯାନ: ଅନୁଦାନ ଅର୍ଥର ସମୀକ୍ଷା କଲେ ଅଧ୍ୟକ୍ଷା ସୁସ୍ମିତା - ମୋ ସ୍କୁଲ ଅଭିଯାନ ଅନୁଦାନ ଅର୍ଥର ସମୀକ୍ଷା କଲେ ସୁସ୍ମିତା ବାଗଚି

ଭଦ୍ରକ ତିହିଡି ବ୍ଲକ ଅଧୀନ ଅଚକ ଆଞ୍ଚଳିକ ସହଯୋଗ ହାଇସ୍କୁଲକୁ ଗସ୍ତ କରି ମୋ ସ୍କୁଲ ଅଭିଯାନର ଅନୁଦାନ ଅର୍ଥକୁ ସମୀକ୍ଷା କରିଛନ୍ତି ରାଜ୍ୟ ଅଧ୍ୟକ୍ଷା ସୁସ୍ମିତା ବାଗଚି । ଅଧିକ ପଢନ୍ତୁ

ମୋ ସ୍କୁଲ ଅଭିଯାନ: ଅନୁଦାନ ଅର୍ଥର ସମୀକ୍ଷା କଲେ ରାଜ୍ୟ ଅଧ୍ୟକ୍ଷା ସୁସ୍ମିତା
ମୋ ସ୍କୁଲ ଅଭିଯାନ: ଅନୁଦାନ ଅର୍ଥର ସମୀକ୍ଷା କଲେ ରାଜ୍ୟ ଅଧ୍ୟକ୍ଷା ସୁସ୍ମିତା

By

Published : Apr 11, 2022, 7:01 PM IST

ଭଦ୍ରକ:ମୋ ସ୍କୁଲ ଅଭିଯାନର ଅନୁଦାନ ଅର୍ଥର ସମୀକ୍ଷା କଲେ ରାଜ୍ୟ ଅଧ୍ୟକ୍ଷା ସୁସ୍ମିତା ବାଗଚି। ସ୍କୁଲ ଭିତ୍ତିଭୂମିର ବିକାଶ ଲାଗି ପୁରାତନ ଛାତ୍ରଛାତ୍ରୀଙ୍କ ଆର୍ଥିକ ସହଯୋଗର ଦୁଇଗୁଣା ମ୍ୟାଚିଂ ଗ୍ରାଣ୍ଟ ଦେଉଛନ୍ତି ରାଜ୍ୟ ସରକାର। ଏହାର ସଠିକ ବିନିଯୋଗ କରାଯିବା ସମ୍ପର୍କରେ ଏହି ସମୀକ୍ଷା କରାଯାଇଛି । ଏ ନେଇ ଜିଲ୍ଲା ତିହିଡି ବ୍ଲକ ଅଧୀନ ଅଚକ ଆଞ୍ଚଳିକ ସହଯୋଗ ହାଇସ୍କୁଲକୁ ବାଗଚି ଗସ୍ତ କରିବା ସହିତ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।

ମୋ ସ୍କୁଲ ଅଭିଯାନ: ଅନୁଦାନ ଅର୍ଥର ସମୀକ୍ଷା କଲେ ରାଜ୍ୟ ଅଧ୍ୟକ୍ଷା ସୁସ୍ମିତା

ବାଗଚି ହାଇସ୍କୁଲକୁ ଗସ୍ତ କରିବା ସହ ବିଦ୍ୟାଳୟର ଭିତ୍ତିଭୂମି, ପାରିପାର୍ଶ୍ବିକ ସ୍ଥିତି ଏବଂ ମୋ ସ୍କୁଲ ଅଭିଯାନ ଜରିଆରେ କେଉଁ କାର୍ଯ୍ୟ କରାଯିବ ସେ ସଂପର୍କରେ ଆଲୋଚନା କରିଥିଲେ। ଵାଗଚିଙ୍କ ସହ ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, 3 ଜଣ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ବ୍ଲକ ଶିକ୍ଷାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଟିମ ଵିଦ୍ୟାଳୟ ପରିସର ଓ ଶ୍ରେଣୀଗୃହ ଵୁଲି ଦେଖିବା ସହ ଶିକ୍ଷକ ଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ।

ଏହି ସ୍କୁଲର ଶିକ୍ଷକଙ୍କ ଅବସର ପରେ ଏବେ ମାତ୍ର 2 ଜଣ ଶିକ୍ଷକଙ୍କୁ ନେଇ ଵିଦ୍ୟାଳୟରେ ପାଠପଢା ଚାଲିଛି । ଏହା ଏକ ଆଡେଡ ସ୍କୁଲ ହୋଇଥିବାରୁ ସରକାରଙ୍କ ପକ୍ଷରୁ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉ ନଥିବାରୁ ଶିକ୍ଷାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି ବୋଲି ପୁରାତନ ଛାତ୍ରମାନେ ଅବଗତ କରାଇଥିଲେ । ଏହା ମୋ ସ୍କୁଲ ଅଭିଯାନ ପରିସରଭୁକ୍ତ ହୋଇନଥିଲେ ମଧ୍ୟ ଏ ସଂକ୍ରାନ୍ତରେ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିବା ସହ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇ ଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ବାରିକ, ମୋ ସ୍କୁଲ ଅଭିଯାନର ସଭାପତି ଧୀରେନ୍ଦ୍ର ସାହୁ ପ୍ରମୁଖ ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସକାଳୁ ଏହି ଟିମ ଭଣ୍ଡାରୀପୋଖରୀ ଗସ୍ତ କରିଥିଲା । ସେହିପରି ଅନ୍ୟ ଏକ ଟିମ ଚାନ୍ଦବାଲି ଓ ତିହିଡି ବ୍ଲକର ପୀରହାଟ ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲ ସମେତ ଅନ୍ୟ କେତେକ ସ୍କୁଲ ଗସ୍ତ କରି ରାଜ୍ୟ ସରକାରଙ୍କ ଅନୁଦାନ ଅର୍ଥ ବିନିଯୋଗର ସମୀକ୍ଷା କରିଥିଲା । ଶେଷରେ ଅପରାହ୍ନରେ ଜିଲ୍ଲାପାଳଙ୍କ ସମେତ ମୋ ସ୍କୁଲ ଅଭିଯାନ କାର୍ଯ୍ୟ କରୁଥିବା ସମସ୍ତ ସ୍କୁଲର ଆଲୁମିନି ସଭାପତିଙ୍କୁ ନେଇ ଏକ ସ୍ବତନ୍ତ୍ର ବୈଠକ କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details