ଭଦ୍ରକ: ଶେଷରେ ନ୍ୟାୟ ପାଇଛନ୍ତି ଯୁକ୍ତ ଦୁଇ ଛାତ୍ରୀ ବର୍ଷା । ଖାମଖିଆଲି ଓ ଅବହେଳା ନୀତି ଯୋଗୁଁ ଗୋଟିଏ ପରୀକ୍ଷାରେ ଅନୁପସ୍ଥିତ ଦର୍ଶାଇ ବର୍ଷାଙ୍କୁ ଫେଲ କରିଥିଲେ କାଉନ୍ସିଲ କର୍ତ୍ତୃପକ୍ଷ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ ସୂଚନା ଅନୁଯାୟୀ, ମନ୍ଦାରି ମହାବିଦ୍ୟାଳୟରେ ଯୁକ୍ତ 2ପରୀକ୍ଷା ଦେଇଥିଲେ ବାସୁଦେବପୁର ବ୍ଲକ ମିଶ୍ରପୁରର ଛାତ୍ରୀ ବର୍ଷାରାଣୀ ଦତ୍ତ । ସେ ମଧ୍ୟ ପ୍ରତିଦିନ ପରୀକ୍ଷାରେ ଉପସ୍ଥିତ ଥିଲେ । ଫଳାଫଳକୁ ନେଇ ମଧ୍ୟ ବେଶ ଉତ୍ସାହିତ ଥିଲେ ସେ । ହେଲେ ରେଜଲ୍ଟ ଆସିବା ପରେ ଗୋଟିଏ ବିଷୟରେ ଅନୁପସ୍ଥିତି ଦର୍ଶାଯାଇ ତାଙ୍କୁ ଫେଲ କରାଯାଇଥିଲା ।
ପରେ ଏନେଇ ବର୍ଷାଙ୍କ ପରିବାର ଓ ଏକ ସ୍ବେଚ୍ଛାସେବୀ ସଙ୍ଗଠନ କାଉନ୍ସିଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ଏହି ସଙ୍ଗଠନ ବାଲେଶ୍ବର ସଦର ବିଧାୟକ ମଦନ ମୋଦନ ରଥଙ୍କୁ ଅବଗତ କରାଇବାରୁ ସେ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଆଉ ଏନେଇ ବିଧାନସଭାରେ ପ୍ରଶ୍ନ କରିବାରୁ ନ୍ୟାୟ ପାଇଛନ୍ତି ଛାତ୍ରୀ ବର୍ଷା । ଆଉ ପାସର ଖବର ପାଇ ବର୍ଷା ତଥା ତାଙ୍କ ପରିବାର ଖୁସିରେ ଆତ୍ମହରା ହୋଇପଡିଛନ୍ତି । ଆଉ ଅନୁପସ୍ଥିତି ଦର୍ଶାଯାଇଥିବା ବିଷୟରେ ପାଇଛନ୍ତି 100ରୁ 50 ମାର୍କ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ