ଓଡିଶା

odisha

ETV Bharat / state

ମନ କିଣୁଛି ପଥର ସାମଗ୍ରୀ, ଆଜିବି କମିନି ଚାହିଦା

ଆଧୁନିକ ସଭ୍ୟତାରେ ବି ଫିକା ପଡିନାହିଁ ବହୁ ପ୍ରାଚୀନ ପଦ୍ଧତି। ନିଜର କୌଳକି ବୃତ୍ତିକୁ ଏବେବି ପଥର କାରିଗର ଛାଡିନାହାଁନ୍ତି। ଅନେକ ପ୍ରତିକୂଳ ପରିସ୍ଥିତିରେ ସଂଗ୍ରାମ ଜାରି ରଖିଛନ୍ତି ଏମାନେ।

By

Published : Nov 6, 2019, 11:51 PM IST

ମନ କିଣୁଛି ପଥର ସାମଗ୍ରୀ, ଆଜିବି କମିନି ଚାହିଦା

ଭଦ୍ରକ: ଆଧୁନିକ ସଭ୍ୟତାରେ ବି ଫିକା ପଡିନାହିଁ ବହୁ ପ୍ରାଚୀନ ପଦ୍ଧତି । ଗ୍ରାଇଣ୍ଡର ଅପେକ୍ଷା ଶିଳ, ପେସା ସହ ପଥରରେ ତିଆରି ସାମଗ୍ରୀକୁ ଆପଣାଉ ଥିବା ଦେଖିବାକୁ ମିଳିଛି ଭଦ୍ରକ କାଳୀ ପୂଜାରେ । ମାତ୍ର ଏହି କାରିଗର ପ୍ରସ୍ତୁତ କରୁଥିବା ଦ୍ରବ୍ୟ ବିକ୍ରୀ କରି, ସେମାନଙ୍କ ଉଚିତ ପ୍ରାପ୍ୟ ପାଉ ନାହାଁନ୍ତି।

ଆଜିର ବ୍ୟସ୍ତବହୁଳ ସମୟରେ ସଭିଏଁ ମଡର୍ଣ୍ଣ ସାମଗ୍ରୀ ଉପରେ ନିର୍ଭରଶୀଳ। ମାତ୍ର ଏହି ଆଧୁନିକ ସଭ୍ୟତାରେ ବି ଫିକା ପଡିନି ପ୍ରାଚୀନ ସାମଗ୍ରୀର ଚାହିଦା। ଏବେବି ଲୋକଙ୍କ ପସନ୍ଦ ପାଲଟିଛି ପଥରରେ ତିଆରି ସାମଗ୍ରୀ। ଯାହାର ଝଲକ ଦେଖିବାକୁ ମିଳିଛି ଭଦ୍ରକ କାଳୀପୂଜା ମେଳାରେ। ଭଳିକି ଭଳି ପଥର ତିଆରି ସାମଗ୍ରୀ ଦେଖିବାକୁ ମିଳିଥିଲା ଏହି ମେଳାରେ।

ନିଜର କୌଳକି ବୃତ୍ତିକୁ ଏବେବି ପଥର କାରିଗର ଛାଡିନାହାଁନ୍ତି। ଅନେକ ପ୍ରତିକୂଳ ପରିସ୍ଥିତିରେ ସଂଗ୍ରାମ ଜାରି ରଖିଛନ୍ତି ଏମାନେ। ସେମାନଙ୍କ ବର୍ଷ ସାରାର କୌଳକି ବୃତ୍ତି ମଧ୍ୟରେ ଏହିପରି ମେଳାରେ ଦୁଇ ପଇସା ରୋଜଗାର କରିଥାନ୍ତି । ହେଲେ ସେମାନଙ୍କୁ ପରିଶ୍ରମ ଏବଂ ନିବେଶ ଅନୁଯାୟୀ ସଠିକ୍ ପ୍ରାପ୍ୟ ମିଳୁନାହିଁ। ସରକାର ପ୍ରୋତ୍ସାହନ ଦେଇ ବୈଷୟିକ ବ୍ୟବସ୍ଥାରେ ଉନ୍ନତି କଲେ, ଭଲରେ ରୋଜଗାର କରି ପରିବାର ପ୍ରତିପୋଷଣ କରିପାରନ୍ତେ ବୋଲି କହିଛନ୍ତି ବ୍ୟବସାୟୀ ।

କୁଟୀର ଶିଳ୍ପର ବିକାଶ ପାଇଁ ସରକାରୀ ସ୍ତରରେ ଅନେକ ନିଷ୍ପତ୍ତି ନିଆଯାଇଛି । ହେଲେ ପଥର କାରିଗରଙ୍କ ପାଇଁ ଏହା ଏବେବି ଅପହଞ୍ଚ ।

ମନ କିଣୁଛି ପଥର ସାମଗ୍ରୀ, ଆଜିବି କମିନି ଚାହିଦା

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details