ଓଡିଶା

odisha

ETV Bharat / state

ଭଦ୍ରକରେ ଫେଲ ମାରିଛି ସୌଭାଗ୍ୟ ଯୋଜନା - beneficiary

ସୌଭାଗ୍ୟ ଯୋଜନାରେ ନିଶୁଳ୍କ ବିଦ୍ୟୁତ ଯୋଗାଣ ପାଇଁ ବଟି ଖୁଲମ ଖୁଲା ମାଗୁଛନ୍ତି ବିଦ୍ୟୁତ୍‌ ବିଭାଗ କର୍ମଚାରୀ ।

ଡିଜାଇନ ଫଟୋ

By

Published : Jul 17, 2019, 5:49 PM IST

ଭଦ୍ରକ: ଜିଲ୍ଲାରେ ବିପର୍ଯ୍ୟସ୍ଥ ହୋଇ ପଡିଛି ସୌଭାଗ୍ୟ ଯୋଜନା ମାଧ୍ୟମରେ ପ୍ରଦାନ କରାଯାଉଥିବା ନିଶୁଳ୍କ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା । ଖୁଲମଖୁଲା ବଟି ମାଗୁଛନ୍ତି ବିଦ୍ୟୁତ୍ ବିଭାଗର କର୍ମଚାରୀ । ବଟି ନଦେଲେ ମିଳିବ ନାହିଁ ସେବା । ବଟି ପରେ ମଧ୍ୟ ମିଳୁନାହିଁ ସେବା । ଏହିପରି ଅଭିଯୋଗ କରିଛନ୍ତି ତିହିଡି ବ୍ଲକ ଅନ୍ତର୍ଗତ ତଳଦୁମକା ଗ୍ରାମବାସୀ । ତେବେ ଆଶ୍ଚର୍ଯ୍ୟର ବିଷୟ ଏନେଇ ବିଭାଗୀୟ ଅଧିକାରୀଙ୍କ ପାଖରେ କୌଣସି ଖବର ନାହିଁ । ଅଭିଯୋଗ ଆସିଲେ ପଦେକ୍ଷପ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।

ସୌଭାଗ୍ୟ ଯୋଜନା ଅନୁସାରେ, ଯେଉଁମାନେ ଅଦ୍ୟାବଧି ବିଦ୍ୟୁତ ଯୋଗାଣରୁ ବଞ୍ଚିତ ଥିବେ ସେମାନଙ୍କୁ ବିନା ମୂଲ୍ୟରେ ବିଦ୍ୟୁତ ସଂଯୋଗ ମିଳିବ । ବିଦ୍ୟୁତ ସଂଯୋଗ ସହିତ ସମସ୍ତ ସର୍ବନିମ୍ନ ବିଦ୍ୟୁତ ଉପକରଣ ମଧ୍ୟ ବିନା ମୂଲ୍ୟରେ ମିଳିବା ନେଇ ବ୍ୟବସ୍ଥା କରାଯାଇଛି । ମାତ୍ର ଏହି ସେବା ଯୋଗାଇ ଦେବା ପାଇଁ ମଗାଯାଉଛି ବଟି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା ଭଦ୍ରକ

ସୂଚନା ଅନୁଯାୟୀ 2000 ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମର 104 ଜଣଙ୍କୁ ଏହି ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇଛି । ହେଲେ ସେମାନଙ୍କୁ ସେବା ଯୋଗାଇ ଦେବା ପାଇଁ ବଟି ମଗାଯାଉଥିବା ଅଭିଯୋଗ ହୋଇଛି । ବିଜୁଳି ନଥିବାରୁ ଦୈନଦିନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଛାତ୍ରଛାତ୍ରୀ ମଧ୍ୟ ପାଠ ପଢିବା ପାଇଁ ବହୁ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା କହିଛନ୍ତି । ଅନ୍ୟପଟେ ପଞ୍ଜୀକୃତ ହୋଇ ଥିବା ଉପଭୋକ୍ତାଙ୍କ ନିକଟରୁ ବଟି ନେବା ପରେ ମଧ୍ୟ ସେମାନଙ୍କୁ ସେବା ମିଳୁନାହିଁ ବୋଲି ଅଭିଯୋଗ ହୋଇଛି । କେବଳ ପ୍ରାରମ୍ଭିକ କାର୍ଯ୍ୟ ସରିଯିବା ପରେ ବିଭାଗୀୟ କର୍ମଚାରୀଙ୍କ ଦେଖା ଆଉ ମିଳୁନାହିଁ। ଅନ୍ୟପଟେ ବିନା ପଞ୍ଜିକୃତ ଉପଭୋକ୍ତାଙ୍କ ନିକଟରୁ ମୋଟା ଅଙ୍କର ବଟି ନେଇ ତୁରନ୍ତ ସେବା ମିଳୁଥିବା କହିଛନ୍ତି ଗ୍ରାମବାସୀ ।

ତେବେ ଏନେଇ ଆମେ ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ଅର୍ଥ ଦାବି କରିବା ଘଟଣାକୁ ସେ ଭୁଲ କାର୍ଯ୍ୟ ବୋଲି ସ୍ୱୀକାର ସହ, ସେ ଏନେଇ କୌଣସି ଅଭିଯୋଗ ପାଇନାହାନ୍ତି ବୋଲି ସଫେଇ ଦେଇଛନ୍ତି । ଅଭିଯୋଗ ପାଇଲେ ସେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ହେଲେ ପ୍ରଶ୍ନ ଉଠୁଛି, ମାଗଣା ଯୋଜନାରୁ ଟଙ୍କା ଲୁଟୁଥିବା ଏହି ଆସାଧୁ କର୍ମଚାରୀଙ୍କୁ କେବେ ମିଳିବ ଦଣ୍ଡ ? ଗରିବ ଉପଭୋକ୍ତଙ୍କୁ କେବେ ମିଳିବ ବିଜୁଳି?


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details