ଓଡିଶା

odisha

ETV Bharat / state

ଭଦ୍ରକରେ ନାଗ ଆତଙ୍କ, 45 ନାଗଛୁଆ ଉଦ୍ଧାର

ଭଦ୍ରକ ଗ୍ରାମାଞ୍ଚଳ ଥାନା ନିକଟ ହାତିସାହିରୁ 45ଟି ନାଗ ଛୁଆ ଉଦ୍ଧାର । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସେକ ମିର୍ଜ଼ା ଏହି ନାଗ ସାପଙ୍କୁ ଉଦ୍ଧାର କରିଛନ୍ତି ।

By

Published : Jun 20, 2019, 4:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ପୁଣି ଭଦ୍ରକରେ ନାଗ ଆତଙ୍କ। କିଛି ଦିନ ତଳେ ଧାମନଗର ଅଞ୍ଚଳରେ ନାଗ ବାହାରିବା ଘଟଣା ଲୋକେ ଏଯାଏ ଭୁଲି ନଥିବା ବେଳେ ଏବେ ପୁଣି ଭଦ୍ରକରେ ନାଗ ଉଦ୍ଧାର ଖବର ସମ୍ନାକୁ ଆସିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ ଗ୍ରାମାଞ୍ଚଳ ଥାନା ନିକଟ ହାତିସାହି ଗ୍ରାମର ସୁରେଶ ରାଉତ ନିଜ ଶୋଇବା ଘରେ ନାଗ ଛୁଆ ବୁଲୁ ଥିବାର ଦେଖିବା ପରେ ଭୟଭୀତ ହୋଇପଡିଥିଲେ । ପରେ ଭଦ୍ରକ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସେକ ମିର୍ଜ଼ାଙ୍କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ସେକ ମିର୍ଜା ପହଞ୍ଚି ସୁରେଶଙ୍କ ଶୋଇବା ଘର ଭିତରୁ 45ଟି ନାଗ ଛୁଆଙ୍କୁ ଉଦ୍ଧାର କରିଥିବା ବେଳେ ଦୁଇଟି ବଡ ନାଗୁଣୀଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି ।

ଏତେ ସଂଖ୍ୟକ ସାପ ବାହାରିବା ଘଟଣା ପ୍ରଚାର ପରେ ସୁରେଶଙ୍କ ଘରେ ଲୋକଙ୍କ ଭିଡ଼଼ ଦେଖିବାକୁ ମିଳିଥିବା ବେଳେ ଅଞ୍ଚଳବାସୀ ଆତଙ୍କିତ ଅଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details