ଭଦ୍ରକ: ସାମାଜିକ ଦୂରତା ନିୟମ ଉଲ୍ଲଂଘନ ଅଭିଯୋଗରେ ଦୋକାନ ସିଲ। ଭଦ୍ରକରେ ବହୁ ଦୋକାନ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିଥିବାରୁ ସେଗୁଡିକୁ ସିଲ୍ କରାଯାଇଛି ।
ସୂଚନା ଅନୁଯାୟୀ, ଆସନ୍ତା ରବିବାର ଓଡିଆ ପର୍ବ ରଜ। ଏଥିପାଇଁ ଭଦ୍ରକ ସହର ବେଶ ଚଳଚଞ୍ଚଳ। ବିଶେଷ କରି ବିଭିନ୍ନ ଲୁଗା ଓ ଡ୍ରେସ ଦୋକାନ ଗୁଡିକରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି। ମାତ୍ର କୋରୋନା ମହାମାରୀ କାଳରେ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଶେଷ ଭାବେ ସମାଜିକ ଦୂରତା ଅବଲମ୍ବନ କରିବା ପାଇଁ ଦୋକାନଗୁଡିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।