ଭଦ୍ରକ: ସହରରେ ଚାଲିଥିବା ବେଧଡକ ସେକ୍ସ ରାକେଟ୍ । ଭଦ୍ରକ ସହରରେ ଏକ ସେକ୍ସ ରାକେଟ୍ ଠାବ କରିଛି ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ଅଚାନକ ଚଢ଼ାଉ କରିଥିଲା ପୋଲିସ । ଦୁଇ ଯୁବତୀଙ୍କ ସହିତ 2 ଯୁବକ ଏବଂ ରାଣୀ ମହୁମାଛି ସମେତ ସେକ୍ସ ରାକେଟ୍ କାରବାର ହେଉଥିବା ଲଜର ମାଲିକକୁ ଗିରଫ କରିଛି ଭଦ୍ରକ ପୋଲିସ ।
ଖବର ଅନୁଯାୟୀ ଭଦ୍ରକ ସହର ମଧ୍ଯ ଭାଗ ବାଇପାସଠାରେ ଥିବା ଶାଶ୍ୱତ ଲଜରେ ଦୀର୍ଘ ଦିନ ଧରି ସେକ୍ସ ରାକେଟ ଚାଲିଥିଲା । ଏନେଇ ନେଇ ଭଦ୍ରକ ଟାଉନ ଥାନା ପୋଲିସକୁ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଥିଲା । ଏହାପରେ ଯୋଜନା ମୁତାବକ ପୋଲିସ ଲଜରେ ଅଚନାକ ଚଢ଼ାଉ କରିଥିଲା । ସୂଚନାକୁ ଆଧାର କରି ସମ୍ପୃକ୍ତ ସେକ୍ସ ରାକେଟ୍ କାରବାରକୁ ଧରିବା ପାଇଁ ପୋଲିସ ପକ୍ଷରୁ ଅପରେଶନ ଆରମ୍ଭ ହୋଇଥିଲା । ପୋଲିସ ପକ୍ଷରୁ ଲଜ୍ ଉପରେ ତିକ୍ଷ୍ଣ ନଜର ରଖା ଯାଇଥିଲା ବୋଲି ଜଣାପଡ଼ିଛି ।
ଶନିବାର ବିଳମ୍ବିତ ସନ୍ଧ୍ୟାରେ ସେଠାରେ ରାକେଟ୍ ଚାଲୁଥିବା ନେଇ ପୋଲିସ ବିଶେଷ ସୁତ୍ରରୁ ନିର୍ଭର ଯୋଗ୍ୟ ଖବର ପାଇଥିଲା । ଖବର ପାଇବା ପରେ ପୋଲିସ ପକ୍ଷରୁ ଗଠିତ ଏକ ସ୍ଵତନ୍ତ୍ର ଟିମ୍, ସେହି ଅଞ୍ଚଳ ଉପରେ ନଜର ରଖିବା ସହ ସତ୍ୟତା ଜାଣିବା ପରେ ଶାଶ୍ୱତ ଲଜ୍ ଉପରେ ଅଚାନକ ଚଢାଉ କରିଥିଲା । ଚଢ଼ାଉ ବେଳେ ରାକେଟ୍ରେ ସାମିଲ ଥିବା ଦୁଇ ଜଣ ଯୁବତୀଙ୍କ ସହିତ ଦୁଇ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ଭଦ୍ରକ ଟାଉନ୍ ପୋଲିସ । ଏହା ସହିତ ଦେହ ବ୍ୟବସାୟ ଚଲାଉଥିବା ରାଣୀ ମହୁମାଛିକୁ ମଧ୍ୟ ପୋଲିସ ଧରିବାକୁ ସକ୍ଷମ ହୋଇଥିଲା । ଏଥିରେ ସମ୍ପୃକ୍ତ ଶାଶ୍ୱତ ଲଜ୍ ମାଲିକଙ୍କୁ ମଧ୍ୟ ପଚରାଉଚରା କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା ପୋଲିସ ।
ଏହା ବି ପଢନ୍ତୁ...Sex Racket Busted: ଢେଙ୍କାନାଳରେ ସେକ୍ସ ରାକେଟ ଠାବ, ଦୁଇ ଯୁବତୀ ସହ ଘର ମାଲିକ ଗିରଫ